ପ୍ରେମିକାକୁ ମାଡ ମାରିଲେ ପ୍ରେମିକର ପରିବାର

0
93
ମାଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୩୧/୦୫) : ପ୍ରେମିକ ଘରେ ପ୍ରେମିକାକୁ ହତ୍ୟା କରିବାକୁ ଉଦ୍ୟମ କଲେ ପ୍ରେମିକ ଘର ଲୋକେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଗୋଡାପଳସା ଗାଆଁରେ ।

ଗତକାଲି ରାତିରେ ଗୋଡ଼ାପଳସା ଗାଆଁର ଆଶିଷ ମହାନ୍ତ ନିଜର ପ୍ରେମିକା ବିଶିଦା ଗାଆଁର ନିଦ୍ରା ପିଙ୍ଗୁଆକୁ ଘରକୁ ଡାକିଆଣି ଥିଲେଘର ଲୋକ ଏ ଘଟଣା ଜାଣିବା ପରେ ନିଦ୍ରା ପୀଙ୍ଗୁଆକୁ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏ ନେଇ ଯଶୀପୁର ଥାନା କେଶ ନମ୍ବର ୧୪୩/୨୩, ଦଫା ୩୪୧/୩୨୩/୪୯୩/୩୦୭/୩୪ ଆଇପିସି ରେ ଏକ ମାମଲା ରୁଜ୍ଜୁ କରିବା ସହ ପ୍ରେମିକର ବାପାକୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ପୋଲିସ୍ ।