ଅବକାରୀବିଭାଗ ପକ୍ଷରୁ ଦେଶୀ ଓ ବିଦେଶୀ ମଦ ଜବତ

0
86
ଅବକାରୀବିଭାଗ ପକ୍ଷରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୩୧/୦୫) : ନରସିଂହପୁର ଓ କାନପୁର ଥାନା ଅଞ୍ଚଳର ବିଭିନ୍ନ ଯାଗାରେ ଅବକାରୀବିଭାଗ ପକ୍ଷରୁ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି ।

ଆଠଗଡ ର ଅବକାରୀ ଅଧିକାରୀ ଓ ନରସିଂହପୁର ଅବକାରୀବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ଚମ୍ପେଶ୍ୱର ମଣିରାଜ ଢ଼ାବା ରୁ ପାଞ୍ଚ ଲିଟର ବିଦେଶୀ ମଦ ବୋତଲ ସହ ମାଲିକ ଟୁକୁନା ସାହୁ ଏବଂ ଖଜୁରିଆ ଅଞ୍ଚଳରୁ ୩୧୫ ଲିଟର ଦେଶୀ ମଦ ଓ ପାଞ୍ଚ ପେଟି ସିଲ ମଦ ସହ ଏକ ଲାମିନେସନ ମେସିନ ସହ ବାବୁଲି ସାହୁ ଙ୍କୁ ଗିରଫ କରିଛି ବିଭାଗ । ସେହିପରି ନରସିଂହପୁର ଅଞ୍ଚଳରେ ଥିବା ବାର ଓ ରେଷ୍ଟୁରାଣ୍ଟରେ ମଧ୍ୟ ଚଢ଼ାଉ ହୋଇଛି । କିଛି ମାସର ନୀରବତା ପରେ ସକ୍ରିୟ ହୋଇଛି ବିଭାଗ। ନରସିଂହପୁର ରେ ଅବକାରୀ ଥାନା ନିର୍ମାଣ କାର୍ଯ୍ୟ ବିଳମ୍ବ ହେତୁ ଏକ ଭଡା ଘରେ ଅଫିସ ଚାଲୁଥିବାରୁ ବିଭାଗ ର ଗତିବିଧି ଉପରେ ବେପାରି ମାନେ ନଜର କରୁଥିବାରୁ ଅନେକ ଜାଗା ରେ ଚୋରା ମଦ କାରବାର ବୃଦ୍ଧି ପାଉଛି ।