ବଜ୍ରକାପ୍ତା କାତି ସହ ଦେଶୀ ବନ୍ଧୁକ ଜବତ

1
99
ବଜ୍ରକାପ୍ତା କାତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୫/୦୫) : ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ । ବଜ୍ରକାପ୍ତା କାତି ସହ ଦେଶୀ ବନ୍ଧୁକ ଜବତ ।

ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ବେଳେ ସାମ୍ନାକୁ ଆସିଛି ଶିମିଳିପାଳରେ ଚାଲିଥିବା ଶିକାରର ସାଙ୍ଘାତିକ ସତ । କିଛି ଦିନ ପୂର୍ବେ ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ଡିଲ ଚାଲିଥିବା ବେଳେ କପ୍ତିପଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି ପୁଣି ବନ ବିଭାଗ ଚଢ଼ାଉ କରି ବଜ୍ରକାପ୍ତାକାତି ସହିତ ଚାରି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିଛି । ଏହା ସହିତ ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଆଜି କପ୍ତିପଦା ରେଞ୍ଜ ବଡ଼ଖମଣ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୨ ଜଣଙ୍କ ଘରୁ ଚାରି ଗୋଟି ଦେଶୀ ବନ୍ଧୁକ, ୭ କିଲୋ ବଜ୍ରକାପ୍ତାକାତି, ଜଙ୍ଗଲୀ ମାଂସ, ଫାଶ, ବନ୍ୟଜନ୍ତୁର ଲାଞ୍ଜ ଜବତ କରିଛି । ଗିରଫ ଶିକାରୀ ହେଲେ ମଙ୍ଗଲ ସିଂ ଏବଂ ଗାନସା ହୋ । ଗିରଫ ଶିକାରୀଙ୍କୁ ବନ ବିଭାଗ କାର୍ଯ୍ୟାଳୟରେ ଅଧିକ ପଚରାଉଚରା ଜାରି ରହିଛି ।

1 COMMENT

Comments are closed.