ଲୋଇସିଂହା ବ୍ଲକକୁ ମରୁଡି ଘୋଷଣା ଦାବି : ଆବଶ୍ୟକତା ଠାରୁ ଖୁବ କମ ପରିମାଣର ବର୍ଷା

0
268

ରିପୋର୍ଟ : ବିମଳେନ୍ଦୁ ସାହୁ //
ଲୋଇସିଂହା, (୨୭/୦୮) : ଚଳିତ ବର୍ଷ ଆବଶ୍ୟକତା ଠାରୁ ଖୁବ କମ ପରିମାଣର ବର୍ଷା ହୋଇଥିବାରୁ ଲୋଇସିଂହା ବ୍ଲକ ସମେତ ସମଗ୍ର ବଲାଙ୍ଗୀର ଜିଲ୍ଲା ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଲୋଇସିଂହା ବ୍ଲକକୁ ମରୁଡି ଘୋଷଣା ଦାବି ହୋଇଛି |

ଲୋଇସିଂହା ବ୍ଲକକୁ ମରୁଡି ଘୋଷଣା ଦାବି, ତେଣୁ ଚାଷୀଙ୍କ ସମସ୍ତ ପ୍ରକାର କୃଷି ରୁଣ, ଜଳ କର ଛାଡ଼ ସମେତ ଚଳିତ ମରୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି କରିଛି ବଲାଙ୍ଗୀର କୋଶଲ ସେନା । ଏଥିସହିତ ଲୋଇସିଂହା ବ୍ଲକ ସମେତ ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ବଲାଙ୍ଗୀର କୋଶଲ ସେନା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲୋଇସିଂହା ବିଡ଼ିଓଙ୍କ ଜରିଆରେ ଏକ ସାତଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ଯୁବନେତା ଆକାଶ ମିଶ୍ରଙ୍କ ନେତୃତ୍ୱରେ କୌସ୍ତୁଭ ସାହୁ, କଏଟୁ ବିଶ୍ୱାଳ, ବିଜୟ ସାହୁ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।