୪୦୬ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ କଣ୍ଟେନର ଜବତ କରିଛି ପଦ୍ମପୁର ପୋଲିସ

1
146
୪୦୬ କେଜି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୧/୫) : ଆଜି ପୁଣି ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ପଦ୍ମପୁର ପୋଲିସକୁ ମିଳିଛି ବଡ ସଫଳତା । ୪୦୬ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ କଣ୍ଟେନର ଜବତ ।

ପି .ନାୟକ (ଏସ୍ ଆଇ) ତାଙ୍କ ଷ୍ଟାଫ୍ ସହ ପ୍ରାୟ ଅପରାହ୍ନ ୨ ଟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଅଡବା ପଟୁ ଏକ କଣ୍ଟେନର ନମ୍ବର TN 11F 9436 ଦୃତ ଗତିରେ କନ୍ଦୁଗୁଡା ପଟୁ ଆସୁଥିବାର ଦେଖି ଅଟକାଇଥିଲେ । ଯାଞ୍ଚ ସମୟରେ ୧୨ ଟି ଜରି ବସ୍ତାରେ ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ ଥିବାର ଦେଖାଯାଇଥିଲା ଏବଂ ପଦ୍ମପୁର ପୋଲିସ ଏନ ଏଚ ୩୨୬ ଵହ୍ଲଵପୁର ଛକ ନିକଟରୁ କଣ୍ଟେନର ରେ ଥିବା ୪୦୬ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଏଣ୍ଡ୍ରୋଏଡ ମୋବାଇଲ ଫୋନ , ସିଲଭର କଲର ହାତ ଘଣ୍ଟା , ଆଧାର କାର୍ଡ , ଡି ଏଲ୍ , ଭୋଟର କାର୍ଡ , ପାନ କାର୍ଢ , ୟୁନିୟନର ବ୍ୟାଙ୍କ ଡେବିଟ କାର୍ଡ, ମନି ପର୍ସ ସହ ୭୩୦ ଟଙ୍କା ମଧ୍ୟ ଜବତ ହୋଇଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧,୬୨,୪,୦୦୦ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।ସୂଚନା ମୁତାବକ ଗଞ୍ଜେଇ ମାଫିଆ ମାନେ ବର୍ତମାନ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବାର ଦେଖିବାକୁ ମିଳୁଛି । ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲାର ଅଡବା ଅଞ୍ଚଳରୁ କିଣାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ହେଲେ ବିପିନ ଗୈାଡ (୨୮) ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳର ବୋଲି ଜଣାପଡିଛି । ଏ ସମ୍ପର୍କରେ ପଦ୍ମପୁର ଥାନାରେ ଏନ ଡି ପି ଏସ ଆକ୍ଟ ରେ କେସ ନମ୍ବର ୮୭ ଏକ ମାମଲା ରୁଜ ହୋଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

1 COMMENT

Comments are closed.