ମହାମାୟୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଶୋଭାଯାତ୍ରା

0
64
ମହାମାୟୀ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୩୧/୦୫) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଠାରେ ମହାମାୟୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପୂଜା ରୀତିନୀତି ଅନୁସାରେ ଜଗନ୍ନାଥ ପୋଖରୀ ରୁ ପ୍ରାୟ ୧୦୦ ଜଣ ମହିଳା ବହିଥିଲେ । ନାମ ସଂକିର୍ତ୍ତନ, ଘଣ୍ଟ, ଶଙ୍ଖ, ହୂଳାହୁଳି ରେ ଗର୍ଜି ଉଠିଥିଲା । ଏଥିରେ ମୁଖ୍ୟ ପୂଜକ ଆଶୁତୋଷ ପୁରୋହିତ କାର୍ଯ୍ୟ ତୁଳାଇବେ । ଏଥିରେ କର୍ତା ଭାବରେ ଗିରିଜା ଶଙ୍କର ମେଣ୍ଡିଲି, ଅହଲ୍ୟା ମେଣ୍ଡିଲି, ଜୟତି ଖୁର୍ଡିଆ, ଅଖୁଜ ଖୁର୍ଡିଆ, ସତ୍ୟାନନ୍ଦ ମେଣ୍ଡିଲି, ବେଦମତୀ ମେଣ୍ଡିଲି କାର୍ଯ୍ୟ ତୁଳାଇବେ । ଆସନ୍ତାକାଲି ମନ୍ଦିର ପ୍ରତିଷ୍ଠା ସହ ପୂଜା ଆରମ୍ଭ, ୨ ତାରିଖ ରେ ମାଁ ମହାମାୟୀଙ୍କ ମନ୍ଦିର ପ୍ରବେଶ ଓ ୩ ତାରିଖରେ ପୂର୍ଣ୍ଣାହୂତି, ବାର୍ଷିକ ଉତ୍ସବ ସହ ପ୍ରସାଦସେବନ କାର୍ଯ୍ୟକ୍ରମ ରହିଥିବା ମାଁ ମହାମାୟୀ ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ଜଣାପଡିଛି ।