ବୁଦୁରା ଗ୍ରାମ ଠାକୁରାଣୀ ଙ୍କ ପର୍ବ : ଜିଲ୍ଲା ସ୍ତର ର ବହୁ ନେତା ନେଲେ ଆଶୀର୍ବାଦ

0
176
ବୁଦୁରା ଗ୍ରାମ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୫) : ଗଜପତି ଜିଲ୍ଲା ର ବିଭିନ୍ନ ଗ୍ରାମ ଓ ସହର ରେ ଜ୍ୟୋଷ୍ଠ ମାସରେ ବହୁ ସ୍ଥାନରେ ବୁଦୁରା ଗ୍ରାମ ଠାକୁରାଣୀ ଙ୍କ ପର୍ବ ଓ ବାର୍ଷିକ ଯାତ୍ରା ଅନୁଷ୍ଠିତ ହେଉଛି ।

କାଶୀନଗର ସହର ଠାରୁ ୩ କିମି ଦୂର ରେ ଥିବା ବୁଦୁରା ଗ୍ରାମ ପଞ୍ଚାୟତ ମହକୁମା ଠାରେ ଗତ ଦୁଇଦିନ ହେଲା ପର୍ବ ଆରମ୍ଭ ହୋଇଛି । ଏହି ପର୍ବ ଆସନ୍ତା ୯ ଦିନ ବ୍ୟାପୀ ଚାଲିବ ବୋଲି ପରିଚାଳନା କମିଟି ର ସଭାପତି ତଥା ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର କହିଛନ୍ତି । ବର୍ତମାନ ଏହି ଗ୍ରାମ ରେ ବନ୍ଧୁ ବାନ୍ଧବ ଭର୍ତି ହୋଇଛନ୍ତି ।ଗାଁ’ଟି ଆଲୋକ ସଜ୍ଜା ରେ ଝଲସି ଉଠିଛି । ଆଜି ଦ୍ଵିତୀୟ ଦିନ ରେ କାଶୀନଗର ବ୍ଲକ ବିଜେଡି ସଭାପତି ଅଖିଳ ପାତ୍ର, ଯୁବ ନେତା ଇଂ ରୁପେଶ ପାଣିଗ୍ରାହୀ, ରାଜ୍ୟ ବିଜେଡି ସମ୍ପାଦକ ପ୍ରଫେସର ମରୁତ ପାଳ ବହୁ ନେତା ଗ୍ରାମ ରେ ପହଞ୍ଚି ମାଆ ଙ୍କ ଆଶୀର୍ବାଦ ନେଇଛନ୍ତି । ରାତ୍ରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ଅନୁଷ୍ଠିତ ହେଉଛି ।