ନବ ନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶେଷ 

0
233
ନବ ନିର୍ମିତ ଲକ୍ଷ୍ମୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧/୬) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ନାରାୟଣ ପୁର ଗ୍ରାମ ପଞ୍ଚାୟତ ସରକାରୀ କୃଷି ଫାର୍ମ ନିକଟରେ ଥିବା ଶ୍ରୀ ରାମଲିଙ୍ଗେଶ୍ୱର ନିକଟରେ ନବ ନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବଆଜି ଶେଷ ହୋଇଛି ।

ଏହି ନବ ନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରାୟ ୫ ଦିନ ଧରି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ରୀତିନୀତି ଅନୁଯାୟୀ ରାୟଗଡାର ପୂଜକ ଅନନ୍ତ ରଥଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ବ୍ଲକର ବିଭିନ୍ନ ଗ୍ରାମ ତଥା ଆଖପାଖ ଅଞ୍ଚଳର ହଜାର ହଜାର ମାତ୍ରାରେ ଭକ୍ତ ଶ୍ରଦ୍ଧାଳୁଙ୍କ ସହିତ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଏହି ଉତ୍ସବରେ ସହଯୋଗ କରି ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ କରାଯାଇଛି । ଏ ଅବସରରେ ପ୍ରାୟ ୩ ହଜାର ଶ୍ରଦ୍ଧାଳୁ ଙ୍କୁ କମିଟି ପକ୍ଷରୁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟିର ସଭାପତି ଲକ୍ଷ୍ମୀ ନାରାୟଣ ପୂଜାରୀ, ସମ୍ପାଦକ ଏ ହରିଶଙ୍କର ରାଓ, କୋଷାଧ୍ୟକ୍ଷ ଲଚମ ପତି କାଡ୍ରାକା, ଉପ ସଭାପତି ନାରୀ ତିଆକା, ମାଣିକ ସ୍ଵାମୀ କାଡ୍ରାକା ସମେତ କମିଟି ସଦସ୍ୟ ଓ ଗ୍ରାମବାସୀ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିଛି । ମୋଟ ୧୨ ଟି ଅଷ୍ଟପ୍ରହରି ଦଳ ଆସି ନାମ କୀର୍ତ୍ତନ କରିଥିଲେ । ଆନ୍ଦ୍ରପ୍ରଦେଶ ର ମଣ୍ଡାପେଟା ଗ୍ରାମର ନେମାଲପୁରୀ ଭେଙ୍କେଟ ରାଓ ଙ୍କ ପୁଅ ନେମାଲପୁରୀ ରାମନ ଚୌଧୁରି ମନ୍ଦିର ନିର୍ମାଣ ନିମନ୍ତେ ଭୂମି ଦାନ ଦେବା ସହ ଉତ୍ସବ ବିଗ୍ରହ ପ୍ରଦାନ କରିଥିବା ବେଳେ ଲକ୍ଷ୍ମୀ ନାରାୟଣ ପାଳ ସମସ୍ତ ବିଗ୍ରହ ସମେତ ନୀଳଚକ୍ର, ଦ୍ଵାର ପାଳ ସିଂହ ପ୍ରଦାନ କରିଥିବା କମିଟି ତରଫରୁ ସୂଚନା ଦେଇଛନ୍ତି ।