ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ଵ ପରିବେଷ ଦିବସ ପାଳିତ

0
91
ଗାୟତ୍ରୀ ଫାର୍ମାସି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣୁପୁର, (୫/୬) : ଅଜି ସ୍ଥାନୀୟ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଷ ଦିବସ ପାଳିତ ହୋଇଯାଇଛି ।WhatsApp Image 2023 06 05 at 14.58.58 ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ଵ ପରିବେଷ ଦିବସ ପାଳିତ

ଅନୁଷ୍ଠାନର ପ୍ରିନ୍ସିପାଲଙ୍କ ଡଃ.ପ୍ରକାଶ ଚନ୍ଦ୍ର ସେନାପତି, ପ୍ରଫେସର ଡଃ.କାହ୍ନୁଚରଣ ଚରଣ ପାଣିଗ୍ରାହୀ, ପ୍ରାଧ୍ୟାପକ ଜଗଦିଶ ଖୁଣ୍ଟିଆ, ରଶ୍ମିତା ରଥ, ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖଙ୍କ ସହ ଛାତ୍ରଛାତ୍ରୀ ମାନେ କଲେଜ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ପରିବେଷକୁ ପ୍ଲାଷ୍ଟିକ ପ୍ରଦୂଷଣରୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଅଧିକରୁ ଅଧିକ ବୃକ୍ଷରୋପଣ କରି ସୁସ୍ଥ ପରିବେଷ କିପରି ସୃଷ୍ଟି କରାଯାଇପାରିବ ଏହା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ କହିଥିଲେ । ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ନିଜ ଅଭିଭାଷଣରେ କହିଥିଲେ ଯେ, ମୁଖ୍ୟତଃ ପ୍ଲାଷ୍ଟିକ ଆବର୍ଜନା ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପରିବେଶ ଦିବସର ଥିମ ରହିଛି ” ବିଟ – ପ୍ଲାଷ୍ଟିକ- ପଲ୍ୟୁସନ ” ।

ପରିବେଶବିତଙ୍କ ସତର୍କ ବାଣୀ ସତ୍ତ୍ୱେ ବଢି ଚାଲିଛି ପ୍ଲାଷ୍ଟିକ ପ୍ରଦୂଷଣ । ପରିବେଶ ପ୍ରତି ବିଶ୍ୱ ବାସୀଙ୍କୁ ସଚେତନ କରିବା ପାଇଁ ୧୯୭୩ ମସିହାରୁ ପ୍ରତି ବର୍ଷ ଜୁନ ୫ ତାରିଖରେ ପାଳନ ହେଉଛି ବିଶ୍ୱ ପରିବେଶ ଦିବସ । ବର୍ଷର ଏହି ନିର୍ଦ୍ଦିଷ୍ଟ ଦିନରେ କେବଳ ପରିବେଶ ପ୍ରତି ଧ୍ୟାନ ନଦେଇ ପ୍ରତିଦିନ ନିଜ ଜୀବନ ଚର୍ଯ୍ୟାରେ ପରିବେଶକୁ ସୁରକ୍ଷିତ କରିବା ପାଇଁ କିଛି ପଦକ୍ଷେପ ନେବାର ସମୟ ଆସିଛି । ତେଣୁ ଆମେ ଆଧୁନିକତାର ଦୌଡ଼ରେ ପ୍ରକୃତି ଠାରୁ ଦୂରେଇ ଯିବା ମାନେ ବିନାଶକୁ ଆମନ୍ତ୍ରଣ କରିବା ସହ ସମାନ । ଏହି କାର୍ଯ୍ୟକ୍ରମକୁ ରାଜିବ ପଣ୍ଡା, ଦେବେନ୍ଦ୍ର ମିଶାଲ, ପ୍ରଫୁଲ୍ଲ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ଅଭି ବେହେରା, ଜୟରାମ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।