ମିଶନ ଲାଇଫ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
83
ମିଶନ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୦୬/୦୬) : ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରିଡ଼ା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର ସୋନପୁର ଜିଲ୍ଲା ତରଫରୁ ଡୁଙ୍ଗୁରିପାଲି ବ୍ଳକ ବଡଫଟାମୁଣ୍ଡା ଗ୍ରାମ ର ଖେଳ ପଡିଆ ରେ ମିଶନ ଲାଇଫ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ମିଶନ ଲାଇଫ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରଥମେ କାର୍ଯ୍ୟକ୍ରମ ର ଥିମ୍ ଅନୁସାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ସୋନପୁର ଜିଲ୍ଲାର ରାଷ୍ଟ୍ରୀୟ ଯୁବ ସ୍ବେଚ୍ଛାସେବୀ ଆନନ୍ଦ ଖମାରୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବଡଫଟାମୁଣ୍ଡା ଗ୍ରାମ ର ଓ୍ବାଡମେମ୍ବର ରାଜୁ ବିଶି ଯୋଗ ଦେଇଥିଲେ । ଖେଳ ପଡିଆ ର ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା ଓ ଏହି କାର୍ଯ୍ୟକ୍ରମ ରେ ଅନିଲ ପଧାନ, ବୃନ୍ଦାବନ ପଧାନ, ହେମନ୍ତ ଦିଶ୍ରୀ, ଚୁନୁ ସେଟ୍, ଅଙ୍କିତ ବାରିକ, ଖୀରେଦ୍ର ମହାରଣା, ଅଜୁ ଦିଶ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।