ହରିଣ ମାରି ଜଣେ ଗିରଫ, ୩ ଫେରାର୍‌

0
78
ହରିଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୮/୦୬) : କୋଣାର୍କ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ନଡିଆମଠ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ ହରିଣ ମାରି ନେଉଥିବା ବେଳେ ଜଣେ ଶିକାରୀ ଗିରଫ

ଏଥିସହିତ ୩ ଜଣ ଫେରାର ହୋଇଥିବା ସୂଚନା । ସୂଚନା ଥାଉକି କାକଟପୁର ବ୍ଳକ୍ ଅବଦାନ ପଞ୍ଚାୟତ ଚିତ୍ରେଶ୍ବରୀ, ମୁଷାପଦା ଓ ନଡିଆମଠ ଆଦି ଜଙ୍ଗଲରେ ହରିଣ ମାନଙ୍କୁ ଶିକାରୀ ମାନେ ମାରି ଭୂବନେଶ୍ୱର, କଟକ ଆଦି ବାହାରକୁ ପଠାଇ ଭଲ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିବା ଖବର ପୁରୀ ବନଖଣ୍ଡ ଅଧିକାରୀଙ୍କ ପାଖରେ ଥିଲା । ଗତକାଲି ପୁରୀ ବନଖଣ୍ଡ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇଁ କୋଣାର୍କ ଓ ବାଲିଦେକାନ ରେଞ୍ଜ ଅଫିସକୁ ସୂଚନା ଦେବାପରେ ଦୁଇ ରେଞ୍ଜ ଅଧିକାରୀ ମିଳିତ ଉଦ୍ୟମରେ ନଡିଆମଠ ଜଙ୍ଗଲରେ ଚଢ଼ାଉ କରିଥିଲେ । ସେଠାରେ ହରିଣକୁ ଶିକାରୀ ମାରୁଥିବା ସମୟରେ ଜଣଙ୍କୁ କାବୁ କରିଥିଲେ। ଅନ୍ୟ ୩ ଜଣ ଜଙ୍ଗଲ ମଧ୍ୟରେ ଦୌଡ଼ି ପଳାଇଥିବା ସୂଚନା ରହିଛି । ଦିର୍ଘଦିନ ପରେ ପୁରୀ ବନଖଣ୍ଡ ଅଧିକାରୀଙ୍କୁ ଏକପ୍ରକାର ସଫଳତା ମିଳିଥିବା ବେଳେ ଏବେ କୋଣାର୍କ ବାଲୁଖଣ୍ଡରେ ହରିଣ ଶିକାରୀ ବହୁତ ବ୍ୟାପିଛନ୍ତି ।

ଯାହାର ମା°ସ କୋଣାର୍କ, ଗୋପ, କାକଟପୁର, ଅସ୍ତରଙ୍ଗ ବଜାରରେ ପ୍ରତି ଛେଳି ମା°ସ ବିକ୍ରୀ ଦୋକାନରେ ଖୋଲାଖୋଲି ବିକ୍ରୀ ହେଉଛି । ଭଲ ଟଙ୍କା ରୋଜଗାର କରୁଛନ୍ତି । ଯାହାର ମୂଲ୍ୟ କୋଣାର୍କ, କାକଟପୁର, ଗୋପ, ଅସ୍ତରଙ୍ଗ ରେ ୪ ଶହରୁ ୫ଟଙ୍କା ଥିବା ବେଳେ ଭୂବନେଶ୍ୱର, କଟକ ପାଇଁ ୭ ଶହ ରୁ ୮ ଶହରେ ବିକ୍ରୀ ଶିକାରୀ ମାଲାମାଲ ହେବା ସୂଚନା ରହିଛି । ତୁରନ୍ତ ପୁରୀ ବନଖଣ୍ଡ ଅଧିକାରୀ କୋଣାର୍କ, କାକଟପୁର, ଗୋପ ଓ ଅସ୍ତରଙ୍ଗ ବଜାରରେ ଛେଳି ମା°ସ ଦୋକାନରେ ଚଢାଉ କଲେ ପ୍ରକୃତ ମାଷ୍ଟର ମାଇଣ୍ଡ ଶିକାରୀ ଧରାପଡିବା ସହ ପୁରା ଶିକାରୀ ଗୃପ ଧରାପଡି ପାରନ୍ତେ ବୋଲି କୋଣାର୍କରେ ଚର୍ଚ୍ଚା ଜୋର ଧରିଛି ।