କଟକରେ ସିରିଜ ଦୁର୍ଘଟଣା

0
81
ଦୁର୍ଘଟଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୮/୦୬) : କଟକରେ ସିରିଜ ଦୁର୍ଘଟଣା । ଜଣେ କାର ଚାଳକ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଏକାଧିକ ବ୍ୟକ୍ତିଙ୍କ ଗାଡି ସହ ଦୁର୍ଘଟଣା ଘଟାଇବା ସହ ଆହତ ମଧ୍ୟ କରିଛି ।

ଵାରବାଟୀ ଷ୍ଟାଡିୟମ, ଯୋବ୍ରା , ଚାଉଳିଆଗଞ୍ଜ, ସହ ଏକାଧିକ ସ୍ଥାନରେ କାର ଚାଳକ ଜଣକ ଗାଡି ଵାଡେଇଥିଲା । ତେବେ କାର ଚାଳକ ଜଣକ ନିଶାସକ୍ତ ଥିବା ଜଣାପଡିଛି । ଲୋକ ଗାଡି ଚାଳକକୁ ଅଟକାଇ ମାଡ ମାରିବା ସହ ଗାଡିଟିକୁ ସଂମ୍ପୁର୍ଣ୍ଣ ଭଙ୍ଗାରୁଜା କରିଥିଲେ । ଘଟଣା ସ୍ଥଳରେ ମଧୁପାଟଣା ଆଇଆଇସି ସହ ଅନ୍ୟ ଥାନଧିକାରୀ ଓ ଏସିପି ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ଗାଡି ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।