ଦିନିକିଆ ଢ଼େଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
96
ଦିନିକିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୦୬) : ଆଜି ଦିନିକିଆ ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିନିକିଆ ଢ଼େଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆଜି କଙ୍କଡ଼ାହାଡ଼ ଓ କାମାକ୍ଷାନଗର ଅଞ୍ଚଳରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଦିନ ୧୨ ଟା ସମୟରେ କଙ୍କଡାହାଡ ଯାତ୍ରା ପଡିଆରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ ଶ୍ରୀ ପ୍ରଧାନ । କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଯୋଗାଇ ଦେଉଥିବା ସମସ୍ତ ସାହାଯ୍ୟ ସହଯୋଗ ସମ୍ପର୍କରେ ଉପକୃତ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ସାଢ଼େ ତିନିଟା ବେଳେ କାମାକ୍ଷାନଗର ଜିରିଡ଼ାମାଳି ଠାରେ ଏକ ନୂତନ କମ୍ୟୁନିଟ ରେଡ଼ିଓ ଷ୍ଟେସନର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏହା ପରେ ଦିନ ସାଢ଼େ ଚାରିଟା ବେଳେ କାମାକ୍ଷାନଗର ଅଡିଟରିଅମରେ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ଯୋଗଦେବେ । ଶେଷରେ ସନ୍ଧ୍ୟା ୬ ଟା ବେଳେ ରେଙ୍ଗାଲି ଖେଳ ପଡିଆ ଠାରେ ଆୟୋଜିତ ସାରଙ୍ଗଧର ଦାସ ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିବେ ଶ୍ରୀ ପ୍ରଧାନ ।