କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକ (ବୁଲୁ)ଙ୍କୁ ନିର୍ମମ ଭାବେ ହତ୍ୟା

1
215

ରିପୋର୍ଟ: ଗୋପୀନାଥ ଗୌଡ଼ //
ଟିକିରି୯/୬/୨୪- ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଆଜି ସକାଳ ପ୍ରାୟ ୭ ସମୟରେ ଗଜେନ୍ଦ୍ର ନାଏକ କାଶୀପୁର ଠାରୁ ୧୦ କିଲୋମିଟର ଦୂର ସିକର ଲଟା ଗ୍ରାମକୁ ନିଜ ଚାଷଜମି ର ମରାମତି ନିମନ୍ତେ ଯାଇଥିଲେ । ତାଙ୍କ ସହ କିଛି ନିଜ ଶ୍ରମିକ ଏବଂ JCB ଡ୍ରାଇବର ମଧ୍ୟ ଉପସ୍ଥିତ ଥିଲେ। JCB ସହ ଉକ୍ତ ଚାଷ ଜମିରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଚନ୍ଦ୍ରଗିରୀ ପଞ୍ଚାୟତ ଚାନ୍ଦୋଗିରି ଗ୍ରାମର ତିନି ଜଣ ମିଳିତ ଭାବେ କୁରାଡି ସହ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରମୁଖ ସାକ୍ଷୀ ପ୍ରମଣିତ ଭାବେ କସନାଦରା ଗ୍ରାମର ଅନ୍ତ ମାଝୀ ଏହି ନିର୍ମମ ହତ୍ୟା ର ଜ୍ୱଳନ୍ତ ବୟାନ ସହ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ବୟାନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଚାନ୍ଦୋଗିରି ଗ୍ରାମର ତିନିଜଣ ମିଳିତ ଭାବେ ଗଜେନ୍ଦ୍ର ନାଏକଙ୍କୁ ତିନୋଟି କୁରାଡ଼ି ସହ ନିର୍ମମ ଭାବେ ହତ୍ୟା କରିଥିବାର ସେ ଦେଖିଥିବା ପ୍ରକାଶ କରିଛି । କାଶୀପୁର ପୋଲିସ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ,ଶବ ବ୍ୟବଚ୍ଛେଦ ପାଇଁ ଶବକୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାତରିତ କରିଛନ୍ତି ।

1 COMMENT

Comments are closed.