ଜମି, ଜଳ, ଜଙ୍ଗଲ ଦାବି ନେଇ ୧୨୩ ତମ ବିର୍ସାମୁଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

0
96
ଜମି, ଜଳ

ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, : (୯/୬) : ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ଗୁଣପୁର ବ୍ଲକ ଅନ୍ତର୍ଗତ ଜଲତାର ପଞ୍ଚାୟତ ର ଲୁଙ୍ଗୁରୁତାଲ ଗାଁ ଜମି, ଜଳ, ଜଙ୍ଗଲ ଦାବି ନେଇ ୧୨୩ ତମ ବିର୍ସା ମୁଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । ଏହି ଦିବସକୁ ଆଦିବାସୀ ମାନେ ପରମ୍ପରିକ ବାଦ୍ୟ ସହ ନାଚ ଗୀତ କରି ପାଳନ କରିଛନ୍ତି ।e9d4fc3d 9673 460e 8300 c90dedf2400a ଜମି, ଜଳ, ଜଙ୍ଗଲ ଦାବି ନେଇ ୧୨୩ ତମ ବିର୍ସାମୁଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

ଜମି, ଜଳ, ଜଙ୍ଗଲ ଦାବି ନେଇ ବିର୍ସାମୁଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ଦିବସ  ଆଦିବାସୀ ସଂଘର୍ଷ ମୋର୍ଚ୍ଚା ର ଆଦିବାସୀ ନେତା ତ୍ରିପତି ଗମାଙ୍ଗ , ଅନାସିମ ଶବର , ବୃନ୍ଦାବନ ବିଡିକା ,ସଞ୍ଜୀବ ଶବର ଓ ଅନାନ୍ୟ ନେତାଗଣ ବିରସାମୁଣ୍ଡାଙ୍କ ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ବିର୍ସା ମୁଣ୍ଡା ୧୫ ନଭେମ୍ବର ୧୮୭୫ରେ ବର୍ତ୍ତମାନର ଝାଡଖଣ୍ଡର ଉଲିହାଟୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ କର୍ମି ଏବଂ ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା । ବିର୍ସାମୁଣ୍ଡା “ମୁଣ୍ଡା ” ଜନଜାତିର ଥିଲେ,ସେ ପାଠ ପଢିବା ରେ ବହୁତ ଆଗ୍ରହ ଦେଖାଇଲେ । ସେ କୁଣ୍ଡି ବାର୍ଟୋଲିରୁ ନିମ୍ନ ପ୍ରାଥମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ଚାଇବାସାସ୍ଥିତ ଏକ ମିଶନ ବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଥିଲେ । ସେ ସମୟରେ ଆଦିବାସୀମାନେ ଗରିବ ଏବଂ ଅଶିକ୍ଷିତ ଥିଲେ। ବିର୍ସା ସେମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇଲେ । ସେ ସେମାନଙ୍କୁ ଅନ୍ୟାୟ ବିରୁଦ୍ଧରେ ଠିଆ ହେବାକୁ କହୁଥିଲେ, ଯାହା ଦ୍ୱାରା ସେମାନେ ସେମାନଙ୍କର ଉଚିତ୍ ପ୍ରାପ୍ୟ ପାଇପାରିବେ । ୧୮୯୯ ମସିହାରେ, ସେ ଲୋକଙ୍କ ସହ ନିଜର ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ବ୍ରିଟିଶମାନେ ତାଙ୍କୁ ୩ ଫେବୃଆରୀ ୧୯୦୦ ମସିହାରେ ଚକ୍ରଧରପୁରର ଜାମକୋପାଇ ଜଙ୍ଗଲରୁ ଧରି ରାଞ୍ଚି ଜେଲକୁ ପଠାଇ ଦେଇଥିଲେ ।

ଜେଲରେ ବିରସାମୁଣ୍ଡାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆ ଯାଉଥିଲା । ୯ ଜୁନ୍ ୧୯୦୦ ମସିହାରେ ବିରସା ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା, ଯେତେବେଳେ ସେ ମାତ୍ର ୨୫ ବର୍ଷ ବୟସରେ ରାଞ୍ଚି ଜେଲରେ ରହିଥିଲେ । ଆଜିର ଏହି ପୁଣ୍ୟ ଦିବସରେ ସରକାରଙ୍କ ନିକଟରେ କେତକ ଦାବି ଉପସ୍ଥାପନ କରାଯାଇଛି । ସେଗୁଡିକ ହେଲା ,ଆଦିବାସୀ ଶବ୍ଦ କେବଳ ଆଦିବାସୀମାନଙ୍କ ପାଇଁ ବ୍ୟବହୃତ କରାଯାଉ , ରାଜ୍ୟ ଗୁଡିକରେ PESA ୧୯୯୬ ଅନୁଯାୟୀ ନିୟମ ଗଠନ କରାଯାଉ ,ଅନୁସୂଚିତ ଅଞ୍ଚଳରେ ଉପସ୍ଥିତ ଥିବା ସମସ୍ତ ପ୍ରାକୃତିକ ସମ୍ପଦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ମାଲିକାନା ଅଧିକାର ଆଦିବାସୀମାନଙ୍କୁ ଦିଆଯାଉ , ଜଙ୍ଗଲ ଉତ୍ପାଦନ ଏବଂ କାଠ ଉପରେ ସର୍ବନିମ୍ନ ମୂଲ୍ୟ ସ୍ଥିର ଏବଂ ବିକ୍ରୟ ପାଇଁ ଗ୍ରାମ ସଭାକୁ କ୍ଷମତା ଦିଆଯାଉ ,ଆଦିବାସୀ ବିସ୍ଥାପନ ପ୍ରସଙ୍ଗରେ ପୁନଃ ଥଇଥାନ ଏବଂ କ୍ଷତିପୂରଣ ଉପରେ ଗ୍ରାମସଭାର ଅନୁଶାସନ ବାଧ୍ୟତାମୂଳକ କରାଯାଉ, ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସମ୍ବିଧାନ ବାଧ୍ୟତାମୂଳକ ହେବା ଉଚିତ, ଏହାର ବାର୍ଷିକ ରିପୋର୍ଟ ବାଧ୍ୟତାମୂଳକ ଭାବରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବା ଉଚିତ୍ ।

ତାହା କରିବାରେ ବିଫଳ ହେଲେ ରାଜ୍ୟପାଳଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ , ଅନୁସୂଚୀତ ୫ ଏବଂ ୬ ଅନୁଛେଦ ଅଞ୍ଚଳରେ ତୁରନ୍ତ ଜଙ୍ଗଲ ବିଭାଗକୁ ରଦ୍ଦ କରାଯାଉ ଏବଂ ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ୱ ସଂପୂର୍ଣ୍ଣ ଭାବେ ଆଦିବାସୀ ମାନଙ୍କୁ ଦିଆଯାଉ , ଆଦିବାସୀ ଭାଷା, ଟୋଟେମ୍, ପରମ୍ପରା ଏବଂ ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ପାଇଁ ସଂସଦମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ, ଜନଗଣନା ରେଜିଷ୍ଟରରେ ଆଦିବାସୀମାନଙ୍କୁ ଏକ ପୃଥକ “ଆଦିବାସୀ” କୋଡ୍ ଦିଆଯାଉ । ଆଜିର ଏହି କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ (ଆଦିବାସୀ ସଂଘର୍ଷ ମୋର୍ଚ୍ଚା ର କେଦ୍ର କମିଟି ସଭ୍ୟ )ପୌରହିତ୍ୟ କରିଥିବା ବେଳେ ଅନାସିମ ଶବର , ବୃନ୍ଦାବନ ବିଡିକା , ମିନ ଶବର , ଗଣେଷ ଶବର , ରାଇନା ଶବର , ସଂଜୀବ ଶବର ,ଡିଜିଏଲ ଗମାଙ୍ଗ , ମୁନିଶବର , କରୁଣା କର ଲିମା , ଆମୋସ ଶବର ପ୍ରମୁଖ ସହଯୋଗ କରିଥିଲେ ।