ବାଇକୁ ଧକ୍କା ଦେଲା ଟ୍ୟାଙ୍କର ୨ ମୃତ ଜଣେ ଗୁରୁତର ଆହତ

0
409
ବାଇକୁ ଧକ୍କା

ରିପୋର୍ଟ : ଅକ୍ଷୟ କୁମାର ପୀଡ଼ିସିକା
ଟିକିରି, (୧୭/୦୬) : ବାଇକୁ ଧକ୍କା ଦେଲା ଟ୍ୟାଙ୍କର ୨ ମୃତ ଜଣେ ଗୁରୁତର ଆହତ, ଘଟଣା ସ୍ଥଳରେ ଜଳିଗଲା ଟ୍ୟାଙ୍କର । ଘଟଣା ସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି ।

ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ ଟ୍ୟାଙ୍କର ବାଇକ୍ କୁ ଧକ୍କା ଦେବା ଫୋଳରେ ୨ ବାଇକ୍ ଆରୋହୀଂକ ମୃତ୍ଯୁ ଘୋଟିଥିବା ବେଳେ ଜଣେ ଗୁରୁତର ଆହତ ହେଇଛନ୍ତି । ମୃତକଙ୍କ ମଧ୍ୟରେ ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗାଁ’ର ମହେଶ୍ଵର ମାଝୀ ଓ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ କୁପାଖାଲ ଗାଁ’ର ଓଡିଆ ମାଝୀ ବୋଳି ଜଣାପଡ଼ିଛି । ଆହତ ଜଣକ ହେଉଛନ୍ତି ଡେଙ୍ଗାଗୁଡା ଗାଁ’ର ସୁରେଶ ମାଝୀ, ଏମାନେ ରାତି ପାଖାପାଖି ୧ ଘଣ୍ଟା ସମୟରେ କୌଣସି କାମର ରାଫକଣା ଠାରୁ ଟିକିରି ଅଭିମୁଖେ ଫେରୁଥିବା ସମୟରେ ଉତ୍କଳ ଆଲୁମିନା କାରଖାନା ରୁ ଆଲୁମିନା ପାଉଡର ବୋଝେଇ କରି ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫୋଳରେ ଘଟଣା ସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ବାଇକୁ ପ୍ରାୟ ୨ ଶହ ମିଟର ଘୋଷାଡି ଘୋଷାଡି ନେବା ଫୋଳରେ ବାଇକ ଏବଂ ଟେଙ୍କରରେ ନିଆଁ ଲାଗି ଜଳି ଯାଇଛି ।

ଆହତ ସୁରେଶ ମାଝୀଙ୍କୁ ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲରେ ଭର୍ତି କରାଯାଇଛି ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ଖବର ପାଇ ଟିକିରି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ରାୟଗଡ଼ା ଏସଡିପିଓ ଦେବଜ୍ୟତି ଦାଶ ଙ୍କ ସହିତ ଟିକିରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ଷତି ପୂରଣ ଦାବିରେ ଘଟଣା ସ୍ଥଳରେ ରାସ୍ତା ଅବରୋଧ କରାଯାଇଛି ଜଫଳରେ ରାୟଗଡ଼ା ଠାରୁ ଟିକିରି ଓ କାଶୀପୁର କୁ ଯାତାୟାତ ଠାପ ହୋଇଯାଇଛି ଏ ନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।