ବରିଷ୍ଠ ଆଇନଜୀବୀ ପ୍ରହ୍ଲାଦ ନନ୍ଦଙ୍କ ପରଲୋକ, ସ୍ୱାସ୍ଥ୍ୟ ମନ୍ତ୍ରୀ କଲେ ଅନ୍ତିମ ଦର୍ଶନ

0
93
ବରିଷ୍ଠ ଆଇନଜୀବୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୬) : ସୁବର୍ଣ୍ଣପୁର ର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ପ୍ରହଲ୍ଲାଦ ନନ୍ଦଙ୍କ ୮୧ ବର୍ଷ ବୟସ ରେ ଆଜି ପରଲୋକ ଘଟିଥିବାରୁ ସହର ତଥା ଜିଲ୍ଲା ଓକିଲ ସଂଘ ଓ ବିଭିନ୍ନ ମହଲ ରେ ଶୋକ ଖେଳି ଯାଇଛି l

ଶ୍ରୀ ନନ୍ଦ ଜଣେ ଖୁବ ସରଳ, ସଫଳ, ପଖୋତ ଆଇନଜ୍ଞ ଓ ପରିବର୍ତନଶୀଳ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ଥିବା ବେଳେ ୧୯୭୩ ମସିହା ରେ ଜିଲ୍ଲା ଟ୍ର୍ରଷ୍ଟ ଫଣ୍ଡ ମୋମେଣ୍ଟ ର ଜଣେ ଆଗଧାଡି ଯୋଦ୍ଧା ଭାବେ ଏବଂ ବିନିକା ର ପୂର୍ବତନ ବିଧାୟକ ଅନ୍ତରାମ ନନ୍ଦ ଙ୍କ ସୁପୁତ୍ର ଭାବେ ଖୁବ ପରିଚିତ ଥିଲେ l ଆଜି ସହର ର ରାମେଶ୍ୱର ସ୍ମଶାନ ଘାଟରେ ସ୍ୱର୍ଗତ ନନ୍ଦ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଝାରୀ ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବରିଷ୍ଠ ଆଇନଜୀବୀ ପ୍ରହ୍ଲାଦ ନନ୍ଦ ଙ୍କ ଅନ୍ତିମ ଦର୍ଶନ କରି ସ୍ୱର୍ଗୀୟ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l