ଆନ୍ତର୍ଜାତୀୟ ଯୋଗଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
78
ଆନ୍ତର୍ଜାତୀୟ ଯୋଗଦିବସ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୪/୦୬) : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ର ମିଳିତ ଆନୁକୂଲ୍ୟରେ ଆସନ୍ତା ତା ୨୧/୦୬/୨୩ ରିଖ ରେ ଆନ୍ତର୍ଜାତୀୟ ଯୋଗଦିବସ ପାଳନ ଅନୁଷ୍ଠିତ ହେବ l

ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କୁ ସୁବ୍ୟବସ୍ଥିତ ତଥା ବ୍ୟାପକ ଭାବେ ସମସ୍ତଙ୍କ ସହାଭାଗିତାରେ ଆନନ୍ଦ ଉଲ୍ଲାସ ର ସହ ପାଳନ କରିବା ନିମନ୍ତେ ଆଜି ଜିଲ୍ଲାପରିଷଦ ସଭାଗୃହ ରେ ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କଁହର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଶିଶୁ ଠାରୁ ପୌଢ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗରୁ ଜନ ସାଧାରଣ ଙ୍କୁ ଅଧିକ ରୁ ଅଧିକ ସଂଖ୍ୟାରେ ସାମିଲ କରି ଯୋଗଦିବସ ର ମହନିୟତା କୁ ସମସ୍ତଙ୍କୁ ଉପଲବ୍ଧ କରାଇବା ସହିତ ଏକ ସୁସ୍ଥ ସମାଜ ଗଠନ ପାଇଁ ସହଯୋଗର ଅଂଶୀଦାର ହେବାକୁ ଅଧ୍ୟକ୍ଷ ଶ୍ରୀ କଁହର ବୈଠକରେ ଗୁରୁତ୍ୱାରୋପ କରିଛନ୍ତି l ଏହି ଯୋଗ ଦିବସ ପାଳନ କୁ ଜିଲ୍ଲାସ୍ତର ସହ ବ୍ଲକ ଓ ପଞ୍ଚାୟତ ସ୍ତରରେ ସରକାରଙ୍କ ଦିଶା ନିର୍ଦ୍ଦେଶ ଅନୁଯାୟୀ ଯେପରି ସୁ ବ୍ୟବସ୍ଥିତ ଭାବେ ସଫଳତାର ସହ ଅନୁଷ୍ଠିତ କରାଯାଇପାରିବ ସେଥି ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ କଁହର ସମ୍ପୃକ୍ତ ଅଧିକାରୀ, ସମସ୍ତ ବ୍ଲକ ର ବିଡ଼ିଓ ପ୍ରମୁଖଙ୍କୁ ପରାମର୍ଶ ଦେଇଛନ୍ତି l

ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଡିଏମଓ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଭାରପ୍ରାପ୍ତ) ଶ୍ରୀମତୀ ଅନିତା ଗୁରୁ,ଜିପିଡିଓ ସୋନପୁର ନମିତା ଭୁଏ, ସି ଇ. ଡ଼ିଏସଏମଏସ ଯୁବରାଜ ସାହୁ, ପି ଏମ (ସୂଚନା ଓ ପ୍ରଯୁକ୍ତି )ମନୋଜ କୁମାର ମିଶ୍ର, ଡିପିଏମ (ଓ ଏଲ ଏମ ) ଫ୍ରାନସିସ ବାର୍ଲା, ଡି ପି ଏମ.ଜଗଦାନନ୍ଦ ମେହେର, ଏମ ସି ଜିଲ୍ଲାପରିଷଦ ଶୈବାଳି ଦାଶ ପ୍ରମୁଖ ଯୋଗଦାନ କରିଥିବା ବେଳେ ପ୍ରକଳ୍ପ ପରିଚାଳିକା (ଯୋଜନା )ଶୈଳବାଳା ପଟ୍ଟନାୟକ ଯୋଗ ଦିବସ ପାଳନ ର ଆଭିମୁଖ୍ୟ ସହ ଦିବସ ପାଳନ ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନା କରିଥିଲେ l