ପ୍ରାକୃତିକବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
65
ପ୍ରାକୃତିକବିପର୍ଯ୍ୟୟ ମୁକାବିଲା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୬/୦୬) : ରାୟଗଡା ଜିଲ୍ଲା ସ୍ଥରୀୟ ପ୍ରାକୃତିକବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତ ବୈଠକ ଆଜି ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଟେବୁଲଟପ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଗୁଗୁଲମିଟରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଗୁଣପୁର, ଲଳିତ କୁମାର କହଁର, ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ, ଅଗ୍ନିଶମ ବିଭାଗ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାରମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ ସେଥିନିମନ୍ତେ ପ୍ରଦର୍ଶନୀ ଓ ମୋକ ଡ୍ରିଲ କିପରି ଭାବରେ ଆୟୋଜନ କରାଯିବ ସେଥିପାଇଁ ବିସ୍ତ୍ରୁତଭାବେ ଆଲୋଚନା କରିଥିଲେ l ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିର ଏହି ଜିଲ୍ଲା ସ୍ଥରୀୟ ବୈଠକରେ ଆଲୋଚନା କରାଯାଇଥିଲା l ଆସନ୍ତା ତା ୧୮/୦୬ /୨୩ ରିଖଦିନ ଜିଲ୍ଲା ସଦର ମହକୁମା ଓ ପ୍ରତ୍ୟେକ ବ୍ଳକରେ ଟେବୁଳ ଟୋପ ବୈଠକରେ ପ୍ରାକୃତିକବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗ ସହିତ ଆଲୋଚନା କରାଯିବ ଏବଂ ଅଗ୍ନୀଶମ୍ମ ବିଭାଗ ତରଫରୁ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧରେ ପ୍ରଦର୍ଶନ କରିବେ ବୋଲି ଅତିରିକ୍ତଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି l

ସେହିପରି ଆସନ୍ତା ୧୯/୦୬/୨୩ ରିଖଦିନ ଜିଲ୍ଲାର ତିନୋଟି ବହୁମୂଖୀ ଆଶ୍ରୟ ସ୍ଥଳି ଯଥା ରାୟଗଡା ବ୍ଲକର ହାଟ ଶେଷଖାଲ, ବିଷମ କଟକ କୁଟ୍ରାଗଡ଼ ଏବଂ ଗୁଣପୁରର ବିକ୍ରମପୁର ଠାରେ ମୋକ ଡ୍ରିଲ ଆୟୋଜନ କରାଯିବ l ଏହି ମୋକ ଡ୍ରିଲ ନିମନ୍ତେ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳି ଅଞ୍ଚଳରେ ପରିଚାଳକ, ସ୍ଥାନୀୟ ଜନସାଧାରଣ, ସରପଞ୍ଚ, ସ୍ବେଚ୍ଛାସେବୀ, ଅଗ୍ନିଶମ ବିଭାଗ, ଆଦିଙ୍କୁ ସାମିଲ କରିବେ l ଅଗ୍ନିଶମ ବିଭାଗ ପକ୍ଷରୁ ମୋକ ପ୍ରଦର୍ଶନ କରି ଲୋକମାଙ୍କୁ ସଚେତନ କରିବେ l ଏଥିପାଇଁ ଆସନ୍ତା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିଡିଓ ମାନେ ସଂମନ୍ଵୟ ବୈଠକ ଡାକି ବିଭିନ୍ନ ବିଭଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ l