ଟ୍ରାକ୍ଟର ତଳେ ଚାପିହୋଇ ୧୫ ବର୍ଷ ବାଳକର ମୃତ୍ୟୁ

0
102
ଟ୍ରାକ୍ଟର ତଳେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୭/୦୬) : ଟ୍ରାକ୍ଟର ତଳେ ଚାପିହୋଇ ଗଲା ୧୫ ବର୍ଷ ବାଳକର ଜୀବନ । ଘଟଣାକୁ ଚାପିଦେବାକୁ ଜୋରଦାର ଉଦ୍ୟମ ।

ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଅଗଲାପାଲି ଗ୍ରାମରେ ସକାଳୁ ସକାଳୁ ଏକ ଦୁର୍ଘଟଣା ଘଟି ଜଣେ ୧୫ ବର୍ଷ ବାଳକର ଜୀବନ ଚାଲି ଯାଇଥିବା ବେଳେ ଘଟଣାକୁ ଚାପିଦେବାକୁ ଜୋରଦାର ଉଦ୍ୟମ । ସୂଚନା ଅନୁସାରେ ବାଦୀବାହାଲ ପଞ୍ଚାୟତ ର ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀଙ୍କ ସୋନାଲିକା ଟ୍ରାକ୍ଟର କାମ କରି ଯାଉଥିବା ବେଳେ ଜଣେ ୧୫ ବର୍ଷ ର ଛାତ୍ର ଟ୍ରାକ୍ଟର ତଳେ ପଡି ପ୍ରାଣ ହରାଇଥିବା ସୂଚନା ମିଳିଛି । ଉକ୍ତ ଛାତ୍ରଟି ଯୋଗୀସୁର୍ଡl ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ସୁନୀଲ ଦାସ ବୋଲି ଜଣା ପଡିଛି । ଯେହେତୁ ସ୍ଥାନୀୟ ସରପଞ୍ଚଙ୍କ ଗାଡି ଦୁର୍ଘଟଣା ଘଟାଇ ଅଛି ତେଣୁ ପୋଲିସ କୁ ମୋଟା ଅଙ୍କରେ ଟଙ୍କା କାରବାର କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଜାରି ରହିଛି ।