ଜଘନ୍ୟ ହତ୍ୟାକାଣ୍ଡ, ୪ ଗିରଫ

0
96
ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ//
ଅନୁଗୁଳ, (୧୭/୦୬) : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ବରଡ଼ିହ ପଞ୍ଚାୟତ ଅନ୍ତର୍ଗତ ଖଡକା ଗ୍ରାମରେ ଏଭଳି ଘଟଣା ଘଟିଛି ।

ଗ୍ରାମର ମେଘୁ ବେହେରା ଅଚାନକ ଭାବେ ଏକ ଟାଙ୍ଗିଆରେ ରାଜନ ଗିରିଙ୍କୁ ଆକ୍ରମଣ କରିଥିଲା । ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ପୋଲିସ ଗାଁ ଲୋକଙ୍କୁ ପଚରା ଉଚରା କରୁଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ପୋଲିସ ଖୋଳତାଡ ଜାରି ରଖିଛି ।