ଛେନା ପୋଡ଼ ନଦେବାରୁ ଦୋକାନୀକୁ ଆକ୍ରମଣ, ୪ ଗିରଫ

0
77
ଛେନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୭/୦୬) : ଛେନା ପୋଡ଼ ନ ଦେବାରୁ ଦୋକାନୀ କୁ ମାରାତ୍ମକ ଆକ୍ରମଣ । ଶେଷ ରଜରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ।

ଗୋବିନ୍ଦପୁର ମେଡ଼ିକାଲ ଛକଠାରେ ସେହି ଗ୍ରାମର ଶଶିକାନ୍ତ ଦାସଙ୍କ ଏକ ଜଳଖିଆ ଦୋକାନ ଅଛି । ଶଶିକାନ୍ତଙ୍କ ଥାନାରେ ଅଭିଯୋଗ ଅନୁଯାୟୀ ୧ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ଧନ ରଂଜନ ବୋଷ ଶଶିକାନ୍ତଙ୍କୁ ଛେନା ପୋଡ଼ ଚାରି କିଲୋ ମାଗି ଥିଲେ । ହେଲେ ସେ ମନା କରିଥିଲେ । ଏତିକି କଥାରେ ଧନ ରଂଜନଙ୍କ ଡ୍ରାଇଭର ଟୁଲୁ ମଳିକ ଓ ଅନ୍ୟ ୩ ଜଣ ମିଶି ଶଶିକାନ୍ତ ଙ୍କୁ ମାଡ ମାରିବା ସହ ଏକ ଧାରୁଆ ଭୁଜାଲିରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଘାଟଣା ସ୍ଥଳକୁ ଯାଇ ୪ ଜଣ ଯୁବକଙ୍କୁ କାବୁକରି ନେଇଥିଲେ । ହେଲେ ପେଟରେ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ଖରାପ ହେବାରୁ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଖାଲି ସେତିକି ନୁହେଁ, ପୂର୍ବତନ ଜିଲ୍ଲା ପରିଷଦଙ୍କ ନାମରେ ଅନେକ ଅଭିଯୋଗ ସ୍ଥାନୀୟ ଲୋକେ ଆଣିଛନ୍ତି । ସିଧା ସଳଖ ଏ ଘଟଣା ସମ୍ପର୍କରେ ଧନ ରଞ୍ଜନ ବୋଷ ତାଙ୍କ କିଛି ସମ୍ପୃକ୍ତ ନଥିବା ନେଇ କୁହନ୍ତି । ଘଟଣା ସମ୍ପର୍କରେ ଆଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି ଏହି ଘଟଣା ପରେ ୪ ଜଣଙ୍କୁ ଆରେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯାଇଛି l