ଚୋରା ଚାଲାଣ ବେଳେ ୭ ବାଲି ଗାଡି ଜବତ

0
129
ଚୋରା ଚାଲାଣ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୬) : କାଶୀନଗର ତହସିଲ ଅଧୀନରେ ଥିବା ଖଣ୍ଡବା ରାଜସ୍ବ ନିରୀକ୍ଷକ ଅଞ୍ଚଳରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ କାଶୀନଗର ଅତିରିକ୍ତ ତହସିଲଦାର ଶ୍ରୀ ଦଳ ବେହେରା କାଶୀନଗର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ ଙ୍କ ନେରୁତ୍ବ ରେ ଚଢ଼ାଉ କରିଥିଲେ ।

୭ ଟି ବାଲି ଟ୍ରାକ୍ଟରକୁ ଧରି ୧,୪୨,୭୨୫ ଟଙ୍କା ଆଦାୟ କରାଯାଇଛି । ସେହିଭଳି କିଣିଗାଁ ତୁଠ ରେ ମଧ୍ୟ ବାଲି ଚୋରା ଚାଲାଣ ହେଉଛି । ପ୍ରକାଶ ଥାଉକି କାଶୀନଗର ତହସିଲ ଆଗରେ ଥିବା ଖାଲି ଯାଗାରେ ଶହ ଶହ ଟ୍ରାକ୍ଟର ବାଲି ଅନାଧିକାର ଭାବେ ଗଛିତ ଅଛି, ସେହିଭଳି କାଶୀନଗର ଏନ ଏ ସି ର ଖତ ପ୍ରସ୍ତୁତି କେନ୍ଦ୍ର ଆଗରେ ମଧ୍ୟ ଅନାଧିକାର ଭାବେ ଗଛିତ ରହିଛି । ସେହି ରାସ୍ତା ଦେଇ ସମସ୍ତ ଅଧିକାରୀ ଯାତାୟାତ କରିଥିଲେ ସୁଦ୍ଧା କାହାର କିଭଳି ଆଖି ପଡ଼ିନାହିଁ ସାଧାରଣ ରେ ପ୍ରଶ୍ନ ସୃଷ୍ଟି ହେଉଛି ।