ଯୁବ ବ୍ୟବସାୟୀ ମାନଙ୍କ ବଦାନ୍ୟତା : ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଦାନ କଲେ ‘ସ୍ୱର୍ଗରଥ’

0
79
ଯୁବ ବ୍ୟବସାୟୀ ମାନଙ୍କ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୨୦/୬) : ଯୁବ ବ୍ୟବସାୟୀ ମାନଙ୍କ ବଦାନ୍ୟତା । ଆନୁମାନିକ ପାଞ୍ଚ ଲକ୍ଷ୍ୟ ଟଙ୍କା ର ‘ସ୍ବର୍ଗରଥ’ ଗାଡି ଟି କୁ ଲୋକଙ୍କ ନିମନ୍ତେ ଦାନ ଦେଇ ଚର୍ଚ୍ଚା ରେ ଯୁବ ବ୍ୟବସାୟୀଙ୍କ ଗୋଷ୍ଠୀ ।WhatsApp Image 2023 06 20 at 11.46.11 ଯୁବ ବ୍ୟବସାୟୀ ମାନଙ୍କ ବଦାନ୍ୟତା : ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଦାନ କଲେ 'ସ୍ୱର୍ଗରଥ'

ଯୁବ ବ୍ୟବସାୟୀ ମାନଙ୍କ ର ଏହି ବଦାନ୍ୟତା ପାଇଁ ଚାରି ଆଡୁ ଛୁଟୁଛି ପ୍ରଶଂସା ର ସୁଅ । ଏଭଳି ମହତ କାମ ପାଇଁ ଆଗକୁ ହାଥ ବଢ଼ାଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବିଷମକଟକ ର କିଛି ଯୁବ ବ୍ୟବସାୟୀ । ରାୟଗଡା ଜିଲ୍ଲା ବିଷମକଟକ ସଦର ପଞ୍ଚାୟତ ଠାରେ ଏଭଳି ପୁଣ୍ୟ ପଦକ୍ଷେପ ର ଭାଗିଦାର ହୋଇ ଲୋକଙ୍କ ଠାରେ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି ଏହି ଯୁବ ବ୍ୟବସାୟୀ ସମୂହ । ଯାହାର ଉଦଘାଟନ ସଭା ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ପ୍ରକାଶ ଥାଉକି ବିଷମକଟକ ଗ୍ରାମ ର ପି. ଇଶେଷ ରାଓ, ପି. ରାମବାବୁ, ରବୀନ୍ଦ୍ର କୁମାର ସାହୁ,ପି.ମାଲେଶ୍ୱର ରାଓ ଏବଂ ଅରୁଣ କୁମାର ସାହୁକାର, ଏହି ପାଞ୍ଚ ଜଣ ବ୍ୟବସାୟୀ ଗୋଷ୍ଠୀବଦ୍ଧ ଭାବେ ବିଷମକଟକ ଗ୍ରାମବାସୀଙ୍କ ନିମନ୍ତେ ‘ସ୍ୱର୍ଗରଥ’ ଗାଡି ଟି କୁ ଦାନ ସ୍ୱରୂପ ଗ୍ରାମପଞ୍ଚାୟତ କୁ ହସ୍ତାନ୍ତର କରିଛନ୍ତି ।

ଯାହା ଦ୍ୱାରା ଗ୍ରାମର ସମସ୍ତ ବର୍ଗ ର ଲୋକ ମାନଙ୍କ ବିୟୋଗ ପରେ ପାର୍ଥିବ ଶରୀର କୁ ଉକ୍ତ ଗାଡି ମାଧ୍ୟମରେ ସ୍ମଶାନ ପର୍ଯ୍ୟନ୍ତ ନେବା ରେ ସହାୟକ ହେବ । ବିଷମକଟକ ସଦର ପଞ୍ଚାୟତ ମଧ୍ୟରେ ଏହି ଥିବା ସ୍ମଶାନ ଗୁଡିକ ଅପେକ୍ଷାକୃତ ବହୁତ ଦୂର ହେଉଥୁବା ରୁ ଅନେକ ସମୟରେ ଏଠାକାର ଲୋକ ମାନଙ୍କୁ ନିଜ ପ୍ରିୟଜନ ମାନଙ୍କ ପାର୍ଥିବ ଶରୀର କୁ ସ୍ମଶାନ ପର୍ଯ୍ୟନ୍ତ ବୋହି ନେବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ବିଶେଷ କରି ରାତ୍ର, ବର୍ଷା ଅବା ଶୀତ ଋତୁ ମାନଙ୍କ ରେ ଏବଂ ଗରିବ ଗୁରୁବା ମାନଙ୍କ କ୍ଷେତ୍ର ରେ ପାର୍ଥିବ ଶରୀର କୁ ଶେଷ ଯାତ୍ରାରେ ସ୍ମଶାନ ପର୍ଯ୍ୟନ୍ତ ନେବା ରେ ଅନେକ ବାଧା ଉପୁଜିଥାଏ । ତେବେ ଗ୍ରାମ ପଞ୍ଚାୟତ କାର୍ଯ୍ୟକଳାପ, ଏହାକୁ ସହଯୋଗ କରିବା ଉଦେଶ୍ୟ ରେ ଏବଂ ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖୀ ବ୍ୟବସାୟୀ ମାନେ ରେ ଏହି ‘ସ୍ୱର୍ଗରଥ’ କୁ ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉଦଘାଟନୀ ସଭା ରେ ନିଜ ଗ୍ରାମବାସୀଙ୍କ ଉଦ୍ଦେଶ୍ୟ ଉତ୍ସର୍ଗୀକୃତ କରିଥିବା ପ୍ରକାଶ କରିଛନ୍ତି ।

ଏହି ଅବସରରେ କୋରାପୁଟ ସାଂସଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ବ୍ୟବସାୟୀ ମାନଙ୍କ ଏଭଳି ଆଭିମୁଖ୍ୟ ପାଇଁ ସେମାନଙ୍କୁ ସାଧୁବାଦ ଜଣେଇଥିଲେ । ଏହି ଉଦଘାଟନୀ ଉତ୍ସବରେ ରେ ସାଂସଦ ଙ୍କ ସମେତ ବିଷମକଟକ ପଞ୍ଚାୟତ ସମିତି ଉପାଧକ୍ଷ ଦେବୀ ପ୍ରସାଦ ପଟନାୟକ, ସରପଞ୍ଚ ନମିତା କୁଲୁସିକା, ନାଏବ ସରପଞ୍ଚ ଜି. ପ୍ରଦୀପ କୁମାର, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ତଥା ବିଷମକଟକ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା, ବିଷମକଟକ ପଞ୍ଚାୟତ ର ନିର୍ବାଚିତ ୱାର୍ଡ ସଭ୍ୟ, ସଭ୍ୟା, ଯୁବ ବ୍ୟବସାୟୀ ମାନଙ୍କୁ ଫୁଲତୋଡ଼ା, ମାନପାତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଗ୍ରାମ ବାସୀଙ୍କ ପିଇବା ପାଣି ଜନିତ ସମସ୍ୟା ଦୂର ପାଇଁ ପାଣି ଟ୍ୟାଙ୍କର ଦାନ ସ୍ୱରୂପ ଦେଇଥିବା ଅନ୍ୟ ଏକ ଯୁବ ବ୍ୟବସାୟୀ ଅମିତାଭ ପଟନାୟକ(ପିଣ୍ଟୁ) ଙ୍କୁ ମଧ୍ୟ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥି ସହ ଗ୍ରାମର ସବୁ ବର୍ଗ ର ଲୋକ ମାନଙ୍କର ବିୟୋଗରେ ସବୁବେଳେ ତତ୍ପରତା ସହ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଆଲୋକ ରଞ୍ଜନ ଖୁଣ୍ଟିଆ, ଶିବରାମ ନାୟକ, ଯୁଗଳ ଭୀମସିଂ, ମଦନ ପଟନାୟକ, ଅଜିତ ସାହୁ, କାଁହୁ ସେଠି ଏବଂ ପ୍ରଦୀପ ଦଣ୍ଡସେନାଙ୍କୁ ଗ୍ରାମ ପଞ୍ଚାୟତ ବିଷମକଟକ ତରଫରୁ ତାଙ୍କର ମାନବିକତା ଏବଂ ସେବା ପାଇଁ ସମ୍ମାନିତ କରାଯାଇଥିଲା । ଏହି ଉଦଘାଟନ ସଭା ଟି ରେ ବିଷମକଟକ ଗ୍ରାମପଞ୍ଚାୟତ ର ଶତାଧିକ ଲୋକ ଯୋଗଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ପଞ୍ଚାୟତ ସମିତି ଉପାଧକ୍ଷ ଦିଲ୍ଲୀପ ପଟନାୟକ ଏହାର ପରିଚାଳନା କରିଥିଲେ ଯାହାକୁ ଆୟୋଜନ କରିବା ରେ ସ୍ଥାନୀୟ ପଞ୍ଚାୟତ ର ଯୁବକ ଗୋଷ୍ଠୀ ସାହାଯ୍ୟ କରିଥିଲେ ।