ଲଚ୍ଛିପୁର ରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

0
102
ଲଚ୍ଛିପୁର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର,(୨୨/୦୬) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଲଚ୍ଛିପୁର ସରସ୍ବତୀ ଶିଶୁମନ୍ଦିର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲି ଆନୁକୂଲ୍ୟରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।

ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରାମଶଙ୍କର ତ୍ରିପାଠୀ ଏହି ସଭାରେ ଅଧ୍ୟକ୍ଷତା କରି ଯୋଗ ଆମ ସ୍ୱାସ୍ଥ୍ୟ ପ୍ରତି କେତେ ଉପଯୋଗୀ ସେ ବିଷୟରେ ଆଲୋକପାତ କରିଥିଲେ । ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ପ୍ରତିଦିନ ଯୋଗ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । ସରସ୍ବତୀ ଶିଶୁମନ୍ଦିର ଅଧ୍ୟକ୍ଷ, ଶିକ୍ଷକ ଓ ଶିଶୁ ବୃନ୍ଦଙ୍କ ସମେତ ଭାରପ୍ରାପ୍ତ ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତନୁ କୁମାର ମେହେର, ବିପିଏମ ପ୍ରିୟରଞ୍ଜନ ସାହୁ, ବିଡିଏମ ରିଙ୍କୁ ପଧାନ, ଏମ.ଆର.ଏ ସୁଶାନ୍ତ ନାଏକ, ଲଚ୍ଛିପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଲଚ୍ଛିପୁର ଥାନାର ପୋଲିସ କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ଆଶା, ଅଙ୍ଗନବାଡି କର୍ମୀ ଏବଂ ବସେଶ୍ୱରପାଲି ଆଶ୍ରମସ୍କୁଲ ର ଛାତ୍ର ବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।