ଆଷାଢ଼ରେ ମିଳିଲା ‘ଶ୍ରାବଣ ଛତୁ’,କିଲୋ-୧୬୦୦ ଟଙ୍କା

0
160
ଆଷାଢ଼ରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୫/୬) : ବୋରିଗୁମ୍ମା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଲାଗିଥିବା ପରିବା ବଜାରରେ ଆଜି ଶ୍ରାବଣ ଛତୁ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି । ଆଷାଢ଼ରେ ମିଳିଲା ‘ଶ୍ରାବଣ ଛତୁ’,କିଲୋ-୧୬୦୦ ଟଙ୍କା ।

ଶ୍ରାବଣ ମାସରେ ମିଳୁଥିବାରୁ ଏହି ଛତୁ ଅବିଭକ୍ତ କୋରାପୁଟ ଅଞ୍ଚଳରେ ଶ୍ରାବଣ ଛତୁ ନାମରେ ପରିଚିତ । ଆଷାଢ଼ରେ ମିଳିଥିବା ଏହି ଛତୁକୁ ଚାଷ କରିବା ପାଇଁ ଏ ଯାଏଁ କୌଣସି ଗବେଷଣା ହୋଇ ନ ଥିବାରୁ ଏହା ଶ୍ରାବଣ ମାସରେ କେବଳ ପ୍ରକୃତିରୁ ମିଳିଥାଏ ତଥା ଏହି ଅଞ୍ଚଳର ସବୁଠାରୁ ସ୍ଵାଦିଷ୍ଟ ଛତୁ । କିନ୍ତୁ ବିଳମ୍ବିତ ମୌସୁମୀର ପ୍ରଥମ ବର୍ଷା ପରେ ପରେ ଏହି ଛତୁ ମିଳିଥିବାରୁ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ପ୍ରତିବର୍ଷ ଏହି ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ବଡ଼ା ଛତୁ ‘ବଡ଼ା ଛତୁ’ ବାହାରିବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ବଡ଼ା ଛତୁ ଆଦୌ ବାହାରି ନ ଥିବା ବେଳେ ଶ୍ରାବଣ ଛତୁ ବାହାରି ଥିବାରୁ ଏଣିକି ଋତୁ ଚକ୍ରରେ କୌଣସି ନିୟମ ରହିବ ନାହିଁ ବୋଲି ବୁଦ୍ଧିଜୀବି ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଉଭୟ ବଡା ଛତୁ ଓ ଶ୍ରାବଣ ଛତୁ ଓଡିଆ ଅଭିଧାନରେ ସ୍ଥାନ ପାଇ ନ ଥିବାରୁ ଏହିି ଦୁଇଟି ଛତୁର ନାମ ଓଡ଼ିଆ ଅଭିଧାନରେ ସ୍ଥାନିତ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି । ଆଜି ବୋରିଗୁମ୍ମା ବଜାରରେ ଏହି ଛତୁ କିଲୋ ପ୍ରତି ୧୬୦୦ ଟଙ୍କା ଦରରେ ବିକ୍ରୀ ହୋଇଥିବା ବେଳେ ଶ୍ରାବଣ ମାସରେ ଏହାର ଦାମ କିଲୋ ପ୍ରତି ୩୦୦ ଟଙ୍କାକୁ ହ୍ରାସ ପାଇବା ଅନୁମାନ କରାଯାଉଛି ।ପ୍ରୋଟିନ୍ ତଥା ଅନ୍ୟାନ୍ୟ ପୋଷକ ତତ୍ତ୍ଵରେ ଭରପୁର ଏହି ଛତୁ ଚାଷ ପାଇଁ ସରକାରୀ ସ୍ତରରେ ଗବେଷଣା କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।