ବରିଷ୍ଠ ନାଗରିକ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
98
ବରିଷ୍ଠ ନାଗରିକ ସଂଘ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୨୬/୦୬) : ଟିଟଲାଗଡ ସ୍ଥିତ ସ୍ଥାନୀୟ ଜୈନ ଭବନ ଠାରେ ବରିଷ୍ଠ ନାଗରିକ ସଂଘ, ଟିଟିଲାଗଡ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଆୟୋଜିତ ବରିଷ୍ଠ ନାଗରିକ ସଂଘ ର କାର୍ଯ୍ୟକାରିଣୀ ବୈଠକ ରେ ସଭାପତି ଡ.ଘନଶ୍ୟାମ ଜୈନଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇ ଥିବା ସଭା ରେ ଅନେକ ସଂଗଠନାତ୍ମକ ବିଷୟ ଉପରେ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ ମାନଙ୍କୁ ସଂଘ ସହିତ ଯୋଡି ହେବାକୁ ଆହ୍ୱାନ ଦେଇ ସଦସ୍ୟତା ଅଭିଯାନ ଉପରେ ଗୁରୁତ୍ୱ ଦେଇ ଅନେକ ସଦସ୍ୟଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ସଂଘ ର ନିଜସ୍ୱ ଅଫିସ ଘର ପାଇଁ ଜାଗା ବିଷୟ ରେ ପ୍ରଶାସନିକ ଅଧିକାରୀ ଙ୍କୁ ଅନୁରୋଧ କରିବା ପାଇଁ ସ୍ଥିର ହୋଇ ଥିଲା । ସମ୍ପାଦକ ଭିକାରୀ ଚରଣ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିବା ସହିତ ସଂଘ ଦ୍ୱାରା କରାଯାଇଥିବା କାର୍ଯ୍ୟ ର ବିବରଣୀ ଦେଇଥିଲେ । ଏହି ଅବସର ରେ ଜାତୀୟ ସ୍ତର ରେ ଶିଶୁ ସାହିତ୍ୟ (ବାଳ ସାହିତ୍ୟ) ପୁରସ୍କାର ପାଇଁ କବି ଶ୍ରୀ ଯୁଗଳ କିଶୋର ଷଡଙ୍ଗୀ ଙ୍କୁ ମନୋନୀତ କରି ଥିବାରୁ ତାଙ୍କୁ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା ।

ନାଗରିକ କମିଟି ପକ୍ଷରୁ ଅନେକ ବରିଷ୍ଠ ନାଗରିକ ଙ୍କୁ ଜଡ଼ିତ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସହ କିଭଳି ସାଧାରଣ ଲୋକ ଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିବା ତଥା ସମସ୍ତ ସୁବିଧା ସୁଯୋଗ ଜନସାଧାରଣ ଙ୍କୁ ମିଳି ପାରିବ ସେ ନେଇ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ଡ.ଘନଶ୍ୟାମ ଜୈନ, ବୈରି ଗଞ୍ଜନ ମିଶ୍ର, ହିମାଂଶୁ ଦାସ, ଡ.ଗୋବର୍ଦ୍ଧନ ସାହୁ, ଅକ୍ଷୟ ବେହେରା ଆଦି ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି ବୈଠକ ର ଶେଷ ପର୍ଯ୍ୟାୟରେ ହାସ୍ୟ କବିତା ପାଠ କରାଯାଇଥିଲା ।