ଅସହ୍ୟ ହେଲା ଋଣ ଭାର: ଝୁଲିପଡ଼ିଲେ ମହିଳା

0
74
ଅସହ୍ୟ ହେଲା ଋଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୭/୦୬) : ଅସହ୍ୟ ହେଲା ଋଣ ଭାର । ଋଣ ପରିଶୋଧ କରି ନ ପାରି ଶେଷରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଅସହ୍ୟ ହେଲା ଋଣ ଭାର । ତେଣୁ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଜେନା କଲୋନିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ମହିଳାଙ୍କ ଝୁଲନ୍ତା ମୃତଦେହ ଲକ୍ଷ୍ମୀସାଗର ଥାନା ପୁଲିସ ଉଦ୍ଧାର କରିଛି । ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ଏସଏଚଜି ଗ୍ରୁପରୁ ଲୋନ୍ ଆଣିଥିଲେ । ଏହି ଲୋନ୍ ସୁଝି ନ ପାରି ନଥିଲେ । ଋଣ କିସ୍ତି ପାଇଁ ଏସଏଚଜି ଗ୍ରୁପ ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିଲା । ଏ ନେଇ ମହିଳା ଜଣଙ୍କ ଚିନ୍ତାରେ ଥିଲେ । ଗତକାଲି ଘରେ କେହି ନଥିବା ବେଳେ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ । ମହିଳାଙ୍କର ଯେ ଦୁଇଟି ଛୋଟ ଛୁଆ ଅଛନ୍ତି । ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।