ନବଦିନାତ୍ମକ ଯାତ୍ରା ସାରି ବାହୁଡିଲେ ମହାବାହୁ

0
126
ନବଦିନାତ୍ମକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୬) : ଗତକାଲି ବଡ଼ବଜାର ଗୁଣ୍ଡିଚା ମନ୍ଦିର ରୁ ବଡ଼ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ତାଙ୍କର ନବଦିନାତ୍ମକ ଲୀଳା ସାରି ସ୍ୱ ମନ୍ଦିର ଅଭିମୁଖେ ବାହାରି ଗତକାଲି ଘଣ୍ଟ, ଶଙ୍ଖ, ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇ ପହଣ୍ଡିରେ ରଥାରୂଢ ହୋଇଥିଲେ ।

ନବଦିନାତ୍ମକ ଯାତ୍ରା ସାରି ବାହୁଡିଲେ ମହାବାହୁ । ଗତକାଲି ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ‘ହରି ଓଁ ମେଲୋଡି’ ଅର୍ଚ୍ଚନା ପାଢ଼ୀ ଓ ସାଥିଙ୍କ ଦ୍ୱାରା ଢେର ରାତିଯାଏଁ ମେଲୋଡି ଚାଲିଥିବା ବେଳେ ଗତକାଲି ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଓ ଅବକାରୀ ନିରିକ୍ଷୀକା ସୁମତି ତ୍ରିପାଠୀ ଯୋଗ ଦେଇଥିଲେ । ପରମ୍ପରା ଅନୁସାରେ ଗତକାଲି ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ପରେ ରଥ ଉପରେ ହିଁ ରହିଥିଲେ ଶ୍ରୀଜିଉ । ଆଜି ବଡ଼ ଏକାଦଶୀ ଯୋଗୁଁ ତିନି ଠାକୁରଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲୁ ରହିଥିବା ବେଳେ ଆଜି ଅପରାହ୍ନ ରେ ଭକ୍ତ ଙ୍କ ଦ୍ୱାରା ତିନି ବଡ଼ ରଥ ଟଣାହୋଇ ଦୁର୍ଗା ମଣ୍ଡପ ଛକରେ ରଖାଯାଇଛି ।

ଆସନ୍ତା କାଲି ମଝିପଡା ରେ ତିନିଠାକୁର ଙ୍କ ରଥ ଉପରେ ଅବସ୍ଥାନ ପରେ ତାପର ଦିନ ଶନିବାର ସ୍ୱ ମନ୍ଦିର କୁ ନିଳାଦ୍ରୀବିଜେ କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ମହାପ୍ରଭୁ ଙ୍କ ଦର୍ଶନ ଲାଗି ଅସଂଖ୍ୟ ହଜାର ହଜାର ଭକ୍ତ ଙ୍କ ଭିଡ଼ ହୋଇଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମ ର ଉଦଯାପନୀ ସନ୍ଧ୍ୟା ର ଅତିଥି ଅବକାରୀ ଅଧିକ୍ଷୀକା ଶ୍ରୀମତୀ ତ୍ରିପାଠୀ ଙ୍କ ଜଗନ୍ନାଥ ଭଜନ ସଂଗୀତ ଓ ପ୍ରସିଦ୍ଧ ଗାୟିକା ଅର୍ଚ୍ଚନା ପାଢ଼ୀ ଙ୍କ ସୁମଧୁର କଣ୍ଠ ସଂଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା l ସେହିପରି ଗତ କାଲି ମଝିପଡ଼ା ମାଉସୀ ମନ୍ଦିର ସମ୍ମୁଖରେ ଅଟକିଥିବା ଶ୍ରୀ ଦଧିବାମନ ମହାପ୍ରଭୁ ଙ୍କ ରଥ ଆଜି ଘୋଡ଼ାଘାଟପଡା ଶ୍ରୀ ଦଧିବାମନ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି l ସେହିପରି ବୃନ୍ଦାବନ ବିହାରୀ ଜଗନ୍ନାଥ ଙ୍କ ସ୍ଵ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଥନାପତି ପଡା ଠାରେ ପ୍ରଭୁ ଜଗନ୍ନାଥଙ୍କ ରଥ ରହିଛି ।