1. Big News : ଆମ୍ବ ବେପାରୀଙ୍କ ଶ୍ରାବଣ ମଙ୍ଗଳବାର ପର୍ବ

0
187
ଆମ୍ବ

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର, (୦୪/୦୭) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମ୍ବ ବେପାରୀ ମାନେ ଗ୍ରାମ ଠାକୁରାଣୀଙ୍କ ପାଖରେ ନିଜ ର ଭକ୍ତିପୂତ ମନ ସ୍କାମନା ପୂରଣ ପାଇଁ ମଙ୍ଗଳବାର ପାଳନ କରିଛନ୍ତି ।

ଆଜି ପବିତ୍ର ଶ୍ରାବଣ ମଙ୍ଗଳବାର ପଡିଥିବାରୁ କାଶୀନଗର ସହରରେ ଆମ୍ବ ବେପାର କରୁଥିବା ପ୍ରାୟ ଏକ ଶହରୂ ଉର୍ଦ୍ଧ ବେପାରୀ ଓ ସେମାନଙ୍କ ପରିବାର ଲୋକେ ଆଜି ଗ୍ରାମ ଠାକୁରାଣୀଙ୍କ ପାଖରେ ପୁର୍ଣ କଳସିରେ ପାଣି ଢାଳି ଭୋଗ ଇତ୍ୟାଦି ଲଗାଇଥିଲେ । ସେଠାରୁ କାଶୀନଗରର ନୀଳମଣି ଦୁର୍ଗା ଠାକୁରାଣୀଙ୍କୁ ବାଜା ବଜାଇ ଯାଇଛନ୍ତି ।

ପ୍ରକାଶ ଥାଉକି କାଶୀନଗର ଆମ୍ବ ଉତ୍ପାଦନ ଓ ରପ୍ତାନି ପାଇଁ ପ୍ରସିଦ୍ଧ, ଏପ୍ରିଲ ମାସ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏମାନେ ବେପାର କରି ପ୍ରାୟ ଚାରି ମାସ କଷ୍ଟ କରି ଏକ ବର୍ଷର ଆଦାୟ କରିପାରନ୍ତି । ଏଣୁ ଆଜି ପବିତ୍ର ଦିନ ହେତୁ ସେମାନେ ଆସନ୍ତା ବର୍ଷରେ ଭଲ ଫସଲ ହେଉ ଓ ଭଲ ବେପାର ବାଣିଜ୍ୟ ହେଉ ବୋଲି ମନୋସ୍କାମନା କରି ଏହି ପୂଜା କରନ୍ତି । କାଶୀନଗର ଠାରୁ ଗୁଣୁପୁର, ପଦ୍ମପୁର, ପାରଳାଖେମୁଣ୍ଡି, ପୁରୁଣା ପାଟଣା ଆଦି ବଜାରରେ କାଶୀନଗର ରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।