ଖାଡ଼ଗରାୟ ନାଳ ରେ ଡେମ ନିର୍ମାଣ ପ୍ରସ୍ତାବ ପ୍ରଶାସନ ର ନାଲିଫିତା ତଳେ # 1. Best News- Construction of dam in Khadgarai canal

0
177
ଖାଡ଼ଗରାୟ ନାଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୭/୭) : କାଶୀନଗର ବ୍ଲକ ର ପେଡାମାଡ଼ି ଠାରେ ଖାଡ଼ଗରାୟ ଜଳସେଚନ ପ୍ରସ୍ତାବ ଏବେ ଜଏନ ହୋଇ ନ ଥିବାରୁ ଚାଷୀ ଓ ଜନ ନେତା ମାନେ କ୍ଷଭ ପ୍ରକାଶ କରିଛନ୍ତି ।

ଖାଡ଼ଗରାୟ ନାଳ ଗୁମ୍ମା ବ୍ଲକ ର ଏକ ପାହାଡ଼ ରୂ ପ୍ରବାହିତ ଚିର ଶ୍ରୋତା ନାଳ ରେ ଏକ ଚେକ ଡେମ ବାନ୍ଧି ଲେ ୪ ଟି ପଞ୍ଚାୟତ ର ଚାଷୀ ସବୁଦିନ ପଶିଣ ପାଣି ପାଇଥାନ୍ତେ । ଏ ନେଇ କାଶୀନଗର ରୟିତ ସଙ୍ଘ ର ସଭାପତି ଓ ବର୍ତମାନ କାଶୀନଗର ଉପାଧ୍ୟକ୍ଷ୍ୟ ଶ୍ରୀ ରଘୁରାମ ସାହୁ, ପ୍ରଶାନ୍ତ ମିଶ୍ର (ରୟିତ ସଙ୍ଘ ସଭାପତି), ଶିଆଳି ର ବର୍ତମାନ ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ ଓ ଚାଷୀ ମାନଙ୍କ ପ୍ରତିନିଧି ପ୍ରସ୍ତାବିତ ସ୍ଥଳ କୁ ଯାଇ ଭବିଷ୍ୟତ ରେ ଏହି ପ୍ରକଳ୍ପ ହେଲେ କିକି ଲାଭ ହେବ ସେ ନେଇ ଏକ ବିସ୍ତୃତ ରିପୋର୍ଟ ପୂର୍ବତନ ଉପ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଙ୍କୁ ମିଶି ବିଜେଡି ମଇନାରୀଟି ସେଲ ସମ୍ପାଦକ ପଲ୍ଲବ ଲିମ୍ମା ଙ୍କ ଶହ ଯାଇ ଏକ ସ୍ମାରକ ପାତ୍ର ଦେଇ ଥିଲେ ।

ସେ ଏ ନେଇ ସମ୍ପୃକ୍ତ ବିଭାଗ କୁ ପ୍ରେରଣ କରିଥିଲେ, ହେଲେ ସେହି ପ୍ରସ୍ତାବିତ ପ୍ରକଳ୍ପ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଛି । ବରୟମାନ ଶାସକ ଦଳ ଯଦି ଏହି ପ୍ରକଳ୍ପ ପାଇଁ ଦାବୀ କଲେ ଏହା କାର୍ଯ୍ୟକାରୀ ହେବ । ସରକାର ଙ୍କ ବିଭୂନ ଯୋଜନା ରହିଥିଲେ ସ୍ଵଧା ଏଭଳି ଜଳସେସହାଁ ପ୍ରକାଳ କୁ କାଁହୁଜି ବେଖାତିର କରାଯାଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହି ପ୍ରକଳ୍ପ ହେଲେ ଶିଆଳି, ଗରିବନ୍ଧା, କିଣିଗାଁ, ଆନ୍ଧ୍ର ର କିଛି ଜମି ମଧ୍ୟ ଜଳସେଚିତ ହୋଇପାରିବ ବୋଲି ସଙ୍ଘ ଦାବୀ କରିଛି । ଜଳସେଚନ, କ୍ଷୁଦ୍ର ଜଳ ସ୍ୱଚନ ବିଭାଗ କଣ କାମ କରୁଛି ବୋଲି ପ୍ରଶ୍ନ ଏବେ ଉଙ୍କି ମାରୁଛି ?