1. ପାତାଳି ଶ୍ରୀକ୍ଷେତ୍ର ମନ୍ଦିର ଭିତରୁ ଦାନବାକ୍ସ ଉଠାଇ ଟଙ୍କା ଚୋରି

0
113
ଶ୍ରୀକ୍ଷେତ୍ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୮//୭) : ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ରରେ ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଗ୍ରିଲ୍ ଭାଙ୍ଗି ଦାନ ବାକ୍ସ ରୁ ଟଙ୍କା ଚୋରି କରିଥିବା ଜଣାପଡିଛି ।

ଟଙ୍କା ଚୋରି କରି ଦାନ ବାକ୍ସ ଟି ମନ୍ଦିର ପଛପଟେ ପକାଇ ଦେଇଥିଲେ । ବାରମ୍ବାର ଶ୍ରୀକ୍ଷେତ୍ରରେ ଚୋରି ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଆଘାତ ଦେଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଅତିଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ପ୍ରସିଦ୍ଧ ପୀଠ ପାତାଳି କ୍ଷେତ୍ରରେ ସିସିଟିଭି କ୍ୟାମେରା ଓ ଜଗୁଆଳି ର ବ୍ୟବସ୍ଥା କରାଯିବା ପାଇଁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି ।