ଜଣେ ମହିଳା ସୁରକ୍ଷା କର୍ମଚାରୀ ଏକ ଜନ୍ମିତ ଶିଶୁ କୁ କୋଳେଇ ନେବା ଦୃଶ୍ୟ

0
61

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୨/୦୭) : ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ସୁରକ୍ଷା କର୍ମଚାରୀ ଏକ ଜନ୍ମିତ ଶିଶୁ କୁ କୋଳେଇ ନେବା ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ପ୍ରକାଶ ଯେ, ଗତ ପ୍ରାୟ ଛଅ ଦିନ ଧରି ଟିଟିଲାଗଡ ଡାକ୍ତର ଖାନା ରେ ଜଣେ ପ୍ରସୂତି ମହିଳା ଭର୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କ କୌଣସି ସମ୍ପର୍କୀୟ ନ ଥିଲେ । ତାଙ୍କର ପ୍ରାୟ ୧୦ ବର୍ଷ ର ଝିଅ ଓ ଉକ୍ତ ମହିଳା ଙ୍କୁ ଅସ୍ତ୍ରୋପଚାର ଗୃହ ଭିତର କୁ ନେବା ବେଳେ ଉକ୍ତ ଛୋଟ ଝିଅ ଜନ୍ମିତ କଅଁଳ ଶିଶୁ କୁ କୋଳେଇ ସଠିକ୍ ଭାବେ ଧରି ନ ପାରିବା ଓ ତଳେ ପଡ଼ିଯାଉ ଥିବା ଦେଖି ତୁରନ୍ତ କାର୍ଯ୍ୟରତ ମହିଳା ସୁରକ୍ଷା କର୍ମୀ ହାତରେ ଧରି ପକେଇ ଥିଲେ । ଯଦ୍ୱାରା ଉକ୍ତ କୁନି ଶିଶୁ ଟି ବଞ୍ଚି ଯାଇଥିଲା । ଦେବଦୁତ ଭଳି ଉକ୍ତ ସନ୍ତାନ କୁ କୋଳେଇ ନେଇ ନିଜେ ମାଆ ଭଳି ଧରି ରହି ଥିବା ଓ ପରେ ଅନ୍ୟ କର୍ମଚାରୀ ତାଙ୍କ ଆବଶ୍ୟକୀୟ ଚିକିତ୍ସା କରି ତାଙ୍କ ବେଡ଼ କୁ ନେଇ ରଖିଥିଲେ ।

ଏହି ଦୃଶ୍ୟ ଟି ଆମ ନଜର କୁ ଆସିଥିବା ବେଳେ ଯେଉଁ କିଛି ସମୟ ଉକ୍ତ ସୁରକ୍ଷା କର୍ମୀ କୋଳେଇ ଧରି ଥିଲେ ତାହା ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ଏପରିକି ଉପଯୁକ୍ତ ସମୟ ରେ ତାଙ୍କ ର ପଦକ୍ଷେପ ତଥା ଆତ୍ମୀୟତା ଭାବେ କୋଳେଇ ରଖି ଥିଲେ ତାହା ତାଙ୍କ ସେବାମନୋବୃତି ଯୋଗୁଁ ସମ୍ଭବ ହୋଇଛି । ନିଶ୍ୱାର୍ଥ ପର ଭାବେ ତଥା ସେବା ମନୋଭାବ ନେଇ ତାଙ୍କୁ ବିଭିନ୍ନ, ମହଲ ରୁ ପ୍ରଶଂସା କରିବା ସହ ପରୋପକାର ନେଇ ଉଦାହରଣ ସୃଷ୍ଟି ହୋଇଛି ।