୧୭ଟି ଜୀବନ୍ତ କଇଁଛ ଉଦ୍ଧାର, ଦୁଇ ଗିରଫ

0
62

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୧୩/୦୭) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ବନ ଅଧିକାରୀକୁ ସଫଳତା ।

ଆନ୍ଧ୍ରର ଗୋଦାବରୀ ନଦୀରୁ ଜାଲ ପକେଇ କଇଁଚ ନେଇ ଆସୁଥିବା ସମୟରେ ମୋଟୁ ଠାରେ ବନ ବିଭାଗ ଦ୍ଵାରା ଗିରଫ ହେଲେ ଦୁଇ ଅଭିଯୁକ୍ତ । ସୂଚନାଯୋଗ୍ୟ ଯେ, ମୋଟୁ ବନ ବିଭାଗ କଇଁଚ ଚାଲାଣ କରିବା ନେଇ ସୂଚନା ପାଇବା ପରେ ଏକ୍ ସାତଜଣିଆ ଟିମ୍ ନେଇ ନିଛାଟିଆ ଜଙ୍ଗଲରେ ଛକି ବସିଥିଲେ । ଅଭିଯୁକ୍ତ ମାନେ ଏକ ବାଇକ୍ ଯୋଗେ କଇଁଚକୁ ବୋହି ନେଇ ଓଡ଼ିଶାରେ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିଥିବା ବେଳେ ଗିରଫ ହୋଇଛନ୍ତି । ୧୭ ଟି ଜୀବିତ କଇଁଚ ବନ ବିଭାଗ ଜବତ କରିଛନ୍ତି । ବନ୍ୟ ପ୍ରାଣୀ ସଂରକ୍ଷଣ ନିୟମ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଥିବା ମୋଟୁ ବନ ବିଭାଗ ଅଧିକାରୀ ରେଞ୍ଜର ରଶ୍ମିରଞ୍ଜନ ସ୍ଵାଇଁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦୁଇଜଣ ଏମ.ପି.ଭି.୪୩ ଗ୍ରାମର ବିବେକ ମଣ୍ଡଳ ଓ ହରି ଲାଲ ବିଶ୍ବାସ । ସେମାନଙ୍କ ନିକଟରୁ ଏକ ବାଇକ୍ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି ।