ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର ୩୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

0
78

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୦/୦୭) : ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର ୩୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ ।WhatsApp Image 2023 07 21 at 09.01.06 ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର ୩୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରାୟଗଡା ଜିଲ୍ଲା ନିୟୋଜନ କାର୍ଜ୍ୟାଳୟ, ରାୟଗଡା ମାଧ୍ୟମରେ ବେଦାନ୍ତ ଆଲୁମିନାର ଗତ ଫେବ୍ରୁୟାରୀ ମାସର ପ୍ରଥମ ସପ୍ତାହରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ମୋନନୀତ ୩୦ ଜଣ ଛାତ୍ର/ଛାତ୍ରୀ ମାନଙ୍କୁ ଆଜି ଗୁରୁବାର ଦିନ ବିଜୁ ପଟ୍ଟନାୟକ ଅଡିଟୋରିଉମ, ରାୟଗଡା ଠାରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚଶିକ୍ଷା ବିଭାଗ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଏବଂ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଆଦିବାସୀ ଏବଂ ହରିଜନ ବିକାଶ , ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ଆଇନ ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କର କରକମଳରେ ଯଥାବିଧି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।

ଉକ୍ତ କର୍ଜକର୍ମରେ ମାନ୍ୟବର ବିଧାୟକ ରାୟଗଡା ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ଏବଂ ପଛୁଆ ବର୍ଗ ଉପଦେଷ୍ଟା ଶ୍ରୀଯୁକ୍ତ ପୃଥୀରାଜ ସାହୁ ଉପସ୍ଥିତ ରହି କୃତି ଛାତ୍ର/ଛାତ୍ରୀ ମାନଙ୍କୁ ତାଙ୍କର ସୁଚିନ୍ତିତ ମତ ମାଧ୍ୟମରେ ଉତ୍ସାହିତ କରିଥିଲେ l ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ତତ୍ଵମାସୀ ମହାପାତ୍ର ଏବଂ ବେଦାନ୍ତ ଆଲୁମିନା ତରଫରୁ ସି ଇ ଓ ଶ୍ରୀଯୁକ୍ତ ଜି ଜି ପାଲ , ସି ଏଚ ଆର ଓ ଶ୍ରୀଯୁକ୍ତ ବିଶାଳ ସିଂହ , ସି ଏସ ଆର ମୁଖ୍ୟ ଶ୍ରୀ ବିଭୂଦେନ୍ଦୁ ପଣ୍ଡା ତଥା ଅନ୍ୟ କର୍ମଚାରୀ ମାନେ କାର୍ଯାକର୍ମକୁ ପରିଚାଳନା କରିଥିଲେ ।