1. Big News : ୪ ଦିନ ହେଲା ଝିଅକୁ ଖୋଜୁଛନ୍ତି ବାପା

0
62
୪ ଦିନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୧/୦୭) : ଝିଅକୁ ଖୋଜିବା ପାଇଁ ଏ ଗାଁରୁ ଗାଁ ବୁଲୁଛନ୍ତି ବାପା । ୪ ଦିନ ହେଲା ନିଖୋଜ ଝିଅକୁ ଖୋଜିବାକୁ ଲୁନାରେ ଛକରୁ ଛକ ଓ ଗାଁକୁ ଗାଁ ବୁଲୁଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଗରଡି- କୀର୍କିଚିଆ ଗାଁର ଅଜୁର୍ନ ସିଂ। ହେଲେ ଝିଅର ପତ୍ତା ପାଉନାହାନ୍ତି।

ନୀଳଗିରି ବ୍ଲକ୍‌ ବରହମପୁର ଥାନା ଗରଡି କିର୍କିଚିଆ ଗାଁ’ର ଅର୍ଜୁନ ସିଂ। ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ଆଜକୁ ୪ ଦିନ ତଳେ ଅର୍ଜୁନ କାମ କରିବା ପାଇଁ ପାଖ ଗାଁକୁ ଯାଇଥିଲେ । ଘରେ ପତ୍ନୀ ଓ ତାଙ୍କର ୭ ବର୍ଷର ଝିଅ ସେଲିନା ସିଂ ଥିଲେ । କୌଣସି କଥାକୁ ନେଇ ମାଆ ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ କେଉଁଆଡ଼େ ଚାଲି ଗଲେ ସେଲିନା ସିଂ । ଅର୍ଜୁନ ଘରକୁ ଫେରି ଝିଅକୁ ଖୋଜିଲେ । ମାତ୍ର ପାଇଲେ ନାହିଁ । ସାହି ପଡ଼ିଶାରେ ଝିଅକୁ ଖୋଜିଥିଲେ ।

ହେଲେ ଝିଅ ସମ୍ପର୍କରେ କୌଣସି ସୂଚନା ପାଇଲେ ନାହିଁ । ଝିଅକୁ ନପାଇ ଭାଙ୍ଗି ପଡ଼ିଛନ୍ତି ଅର୍ଜୁନ । ଝିଅ ପାଇଁ ଦିନରାତି ଏକ କରିଦେଇଛନ୍ତି । କାମ ଦାମ ଛାଡି ଏ ଗାଁରୁ ସେ ଗାଁ ଘୂରି ବୁଲୁଛନ୍ତି । ସମସ୍ତଙ୍କୁ ଫଟୋ ଦେଖାଇ ନିଜ ଝିଅ ବିଷୟରେ ପଚାରୁଛନ୍ତି ଅର୍ଜୁନ । ସଜନାଗଡ଼, ନୀଳଗିରି, ବରହମ୍‌ପୁର ଅଞ୍ଚଳରେ ଖୋଜି ସାରିଲେଣି। ଆଜି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ନିଜ ମୋପେଟ୍‌ରେ ଘୂରି ବୁଲୁଛନ୍ତି। ହେଲେ ସେଲିନାଙ୍କ ଖୋଜ ଖବର ପାଉନାହାନ୍ତି ଅର୍ଜୁନ ।