ମଦ ନିଶାରେ ଚୁର ଯୁବକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ

0
46

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୨/୦୭) : ମଦ ନିଶାରେ ଚୁର ଯୁବକ ଟିଟିଲାଗଡ ସହର ର କଲ୍ୟାଣ ମଣ୍ଡପ ନିକଟ ମୁଖ୍ୟ ରାସ୍ତାରେ ଜଣେ ଅତ୍ୟଧିକ ମଦ୍ୟପାନ କରି ପଡ଼ି ରହିଥିଲା ।

ଯଦ୍ୱାରା ଯାତାୟାତ ସମସ୍ୟା ସହ ଏହି ଭଳି ମଦୁଆ ରାସ୍ତା ରେ ନିୟମିତ ଗଡ଼ିବା ଓ ପାଟି, ତୁଣ୍ଡ କରିବା ଦେଖା ଯାଉଛି । ପ୍ରକାଶ ଯେ, ଆଜି ମୁଖ୍ୟ ରାସ୍ତା ରେ ପଡିରହିଥିବା ଉକ୍ତ ଯୁବକ କୁ ଟିଟିଲାଗଡ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଥିଲା । ସହର ଓ ଆଖ, ପାଖ ଥାନା ଅଞ୍ଚଳରେ କୂଚିଆ ଦେଶୀ ବିଦେଶୀ ମଦ ବିକ୍ରି ବୃଦ୍ଧି ପାଉଥିବା ସହ ଅସାମାଜିକ କାର୍ଯ୍ୟ କଳାପ ସୃଷ୍ଟି ହେଉଛି । ଏ ନେଇ ଇତି ମଧ୍ୟରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଥାନାଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।