ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

0
64

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୩/୦୭) : ଆଜି ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ ।

ସକାଳ ୮ଟାରେ ପାରମ୍ପରିକ ପୂଜାର୍ଚନା ପରେ ୯ଟା ରେ ସ୍ଲୁଇସ ଗେଟ୍ ଖୋଲାଯିବ l ପ୍ରଥମେ ୭ ନମ୍ବର ଗେଟ ଖୋଲାଯିବ । ବାମ ପାର୍ଶ୍ଵରୁ ୩ ଟି ଓ ଡାହାଣ ପାର୍ଶ୍ଵରୁ ୨ଟି ଗେଟ୍ ଖୋଲାଯିବ l ଏହିଭଳି ଭାବେ ମୋଟ ୫ ଟି ଗେଟ୍ ଖୋଲାଯିବ । ଏନେଇ ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୪.୮୧ ଫୁଟ୍ ଥିବାବେଳେ ହୀରାକୁଦର କର୍ଭ ରୁଲ୍ ଗାଇଡ଼ ଲାଇନ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳ ସ୍ତରକୁ ୬୦୫ ଫୁଟକୁ ଖସାଇବାକୁ ପଡିବ l ବର୍ତ୍ତମାନ ହୀରାକୁଦ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ୮୮ ହଜାର ୯୩୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଏହାସହ ପାୱାର ଚ୍ୟାନେଲ ମାଧ୍ୟମରେ ଜଳ ଭଣ୍ଡାରରୁ ମହାନଦୀକୁ ୩୮,୧୧୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଗୋଟିଏ ଗେଟ୍ ଜରିଆରେ ସେକେଣ୍ଡ ପ୍ରତି ପ୍ରାୟ ୧୫ ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଥାଏ l