ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଓକିଲ ସଙ୍ଘ ତରଫରୁ ବୈଠକ ଅନୁଷ୍ଠିତ

0
72

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୩/୦୭) : ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ଓ ପାନୀୟ ଜଳ ଯୋଗାଣ ନେଇ ଦୀର୍ଘ ବର୍ଷ ଧରି ନିର୍ବାଚନ ବର୍ଜନ କରାଯାଇଥିବା ବେଳେ ସରକାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଥିଲେ ।

ସେହିପରି ଟିଟିଲାଗଡ କୁ ମୁଖ୍ୟମନ୍ତ୍ରୀ ଏକ ଗସ୍ତ ରେ ଆସି ଏନ୍ ଏ ସି ରୁ ମୁଖ୍ୟମନ୍ତ୍ରୀ ପୌର ପରିଷଦ ଘୋଷଣା କରି ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଦେଇଥିଲେ । ବିଗତ ୨୦୧୪ ଓ ୨୦୧୯ ନିର୍ବାଚନ ସମୟ ରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେଇଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଆଇନ୍ ଅନୁଯାୟୀ ଧାରଣା ରୁ ଓହରି ଯିବା ଓ ନିର୍ବାଚନ ପରେ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ଦେଇଥିଲେ । ଏହିଭଳି ସରକାର ଙ୍କ ପ୍ରତିଶ୍ରୁତି ପାଣି ର ଗାର ବୋଲି ପ୍ରକାଶ ପାଇଥିବା ବେଳେ ଟିଟିଲାଗଡ ଓକିଲ ସଙ୍ଘ ସଭା ଗୃହ ରେ ଏକ ସଭା ଆୟୋଜନ କରାଯାଇ ଥିଲା । ସଙ୍ଘ ସଭାପତି କୃଷ୍ଣଚନ୍ଦ୍ର ସାହୁ,ସମ୍ପାଦକ ମହେଶ ମହାନ୍ତି ସଭା ପରିଚାଳନା କରିଥିଲେ । ଏହି ସଭା ରେ ବିଭିନ୍ନ ମାନ୍ୟ, ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ବେଳେ ଜିଲ୍ଲା ମାନ୍ୟତା ନେଇ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦିଆଯିବା ନିଷ୍ପତି ନିଆଯାଇଥିଲା ।