ନବ ନିର୍ବାଚିତ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0
61

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୭/୭) : ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସେତେ ତତ୍ପରତା ଦେଖିବାକୁ ମିଳୁଛି ।WhatsApp Image 2023 07 27 at 10.11.44 1 ନବ ନିର୍ବାଚିତ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଏହି କ୍ରମରେ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତା’ର ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଚୟନ କରିଛି । ଏହି ଅବସରରେ ଗୁଣପୁର ପୂର୍ତ୍ତବିଭାଗ ବଙ୍ଗଳା ଠାରେ ବୁଧବାର ସନ୍ଧ୍ୟାରେ ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ସଭାପତି ବିଜୟ କୁମାର ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ଅଭିନାଶ ଗମାଙ୍ଗ, ଜିଲ୍ଲା ଉପସଭାପତି ଭାସ୍କର ଜାଗରେଙ୍ଗା ଓ ଏସସି ସେଲର ଉପସଭାପତି ରୁନା ବାଉରିଙ୍କୁ ବିଭିନ୍ନ ଅଞ୍ଚଳରୁ କଂଗ୍ରେସ କର୍ମକର୍ତ୍ତାମାନେ ଆସି ସ୍ବାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ରାମନାଗୁଡା ବ୍ଲକ ସଭାପତି ବାଞ୍ଛାନିଧି ବେହେରା, ନବୀନ ଚନ୍ଦ୍ର ନାୟକ, ରିଷିକେଶ ପାତ୍ର, ଚଳଣି ଶତପଥୀ, ସୁଧିର ଗୁରୁ, ରାଜେଶ ଶବର ସମେତ ବହୁ ବହୁ ଯୁବ କଂଗ୍ରେସ କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ । ବିଶେଷ କରି ଜଣେ ଉଚ୍ଚ ଶିକ୍ଷିତ, ଏମବିଏ ତଥା ମେକାନିକାଲ ଇଞ୍ଜିନିୟରିଂରେ ଅଧ୍ୟୟନରତ ଅଭିନାଶ, ଯୁବ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କ ନିକଟକୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।