ମରଣ ମୁଖରୁ ବଞ୍ଚିଲେ ଶତାଧିକ ଗାଈ ଗୋରୁ

0
49

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୭) : ଚଳିତ ବର୍ଷ ହୀରାକୁଦ ଡ୍ୟାମ ୨୩ ତାରିଖ ରେ ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି l

ଏନେଇ ପୂର୍ବରୁ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଦେବାସହ ସ୍ଥନୀୟ ପ୍ରଶାସନକୁ ତତ୍ପର ରହିବାକୁ କୁହାଯାଇଛି l କିନ୍ତୁ ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ମହାନଦୀ କୂ ଳିଆ ଜନବସତି ଙ୍କ ପାଇଁ ପ୍ରଶାସନ ର ସଚେତନତା ବାର୍ତ୍ତା ପହଁଚି ପାରୁନଥିବା ବେଳେ ତାର ଏକ ବାସ୍ତବ ଚିତ୍ର ହିଁ ବୟାନ କରୁଛି l ସୂଚନା ଥାଉକି ମହାନଦୀ ର ତଳିଆ ଅଞ୍ଚଳ ହରଭଙ୍ଗା ବ୍ଲକ ରେ ଏହି ଡ୍ୟାମ ପାଣି ବିଳମ୍ବ ରେ ପହଁଚିଥିବା ବେଳେ ମହାନଦୀ ଧୀରେ ଧୀରେ ଫୁଲିବାରେ ଲାଗିଥିଲା l ମହାନଦୀ କୂଳ ରେ ଅବସ୍ଥିତ ଧଲପୁର ପଞ୍ଚାୟତ ର ଖରସଙ୍କୁଲେlଈ, ସାକୁସିଙ୍ଗା ଗ୍ରାମ ର ଗାଇ ଗୁଡିକୁ ଗାଈ ଚରାଇବାକୁ ନେଇଥିବା ବେଳେ ଗାଈ ମାନେ ପାଣି ପିଇବା ଆଶାରେ ନଦୀ ଭିତରକୁ ଚାଲି ଆସିଥିଲେ l ଠିକ ଏହି ସମୟ ରେ ନଦୀ ରେ ପାଣି ବଢ଼ି ଆସିଥିବା ବେଳେ ଗାଈ ଗୁଡିକ ପାଣି ଘେର ରେ ରହିଯାଇଥିଲେ l ସ୍ଥାନୀୟ ଲୋକେ ଡ଼ଙ୍ଗା ସାହାର୍ଯ୍ୟ ରେ ଶତାଧିକ ଗାଈ ଙ୍କୁ ପାଣି ଘେରରୁ ବାହାରକୁ ଆଣିଥିଲେ l ଅଳ୍ପକେ ମରଣ ମୁଖରୁ ଗାଈ ପଲ ରକ୍ଷା ପାଇଯାଇଥବା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି ଓ ଅନ୍ୟ ପଟେ ପ୍ରଶାସନ ସତର୍କତା ବାର୍ତ୍ତା ଦେଇନ ଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି l