ଟିଟିଲାଗଡ଼ରେ ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ ଯୋଗ ଦାନ ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ସଭା

0
66

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୨୭/୦୭) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ଠାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାନ୍ୟବର ସନ୍ଦୀପ କୁମାର ପଟ୍ଟନାୟକଙ୍କ ଯୋଗ ଦେବା ଅବସରରେ ଟିଟିଲାଗଡ଼ ଆଇନଜୀବି ସଂଘ ତରଫରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା ।

ଏହି ସଭାରେ ଆଇନଜୀବୀ ସଂଘର ସଭାପତି ବରିଷ୍ଠ ଆଇନଜୀବି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା । ଏହି ସଭାରେ ଯୋଗ ଦାନ କରିଥିବା ନୂତନ ADJ ମାନ୍ୟବର ସନ୍ଦୀପ କୁମାର ପଟ୍ଟନାୟକ, ସହକାରୀ ଦୌରା ଜଜ ତଥା ସବଜଜ ରମାକାନ୍ତ ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶାଶ୍ଵତୀ ମହାପାତ୍ର, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିନନ୍ଦନ ରାୟ ଏବଂ ଆଇନଜୀବି ସଂଘର କର୍ମକର୍ତ୍ତା ଓ ସମସ୍ତ ସଭ୍ୟ/ ସଭ୍ୟା ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଆଇନଜୀବି ସଂଘର ସମ୍ପାଦକ ମହେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।