ରକ୍ଷକ ସାଜୁଛି ଭକ୍ଷକ, ଲାଞ୍ଚ ନେଇ ଧରାପଡ଼ିଲେ କିଆକଟା ଥାନା ଏଏସ ଆଇ

0
56

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୭) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନାର ଏ ଏସ ଆଇ ନବୀନ କୁମାର ଶତପଥୀ ଜଣେ ଲୋକ ଠାରୁ ୮ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ମାଡ଼ିବସିଲେ ଭିଜିଲାନ୍ସ ଟିମ l

ମିଳିଥିବା ସୂଚନା ମୁତାବକ କିଆକଟା ଥାନା ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ଜଣେ ଲୁଗା ବ୍ୟବସାୟୀଙ୍କ ସହିତ କିଛିଦିନ ପୂର୍ଵରୁ ମାଡ଼ପିଟ ଘଟଣା ଘଟିଥିଲା l କପଡା ବ୍ୟବସାୟୀ ପଞ୍ଚାନନଙ୍କ ପରିବାରକୁ ଗୁଣ୍ଡା ଲଗେଇ ମାଡ଼ ମାରିବା ଓ ତାଙ୍କ ବାସଗୃହ ଭାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ପଞ୍ଚାନନ l କିନ୍ତୁ ଅଭିଯୁକ୍ତ ଙ୍କୁ ଗିରଫ ନକରିବାରୁ ପଞ୍ଚାନନ ଙ୍କ ପରିବାର ବର୍ଗ ଆରକ୍ଷୀ ଅଧିକ୍ଷକ ଅନୁଗୁଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ତେବେ ଘଟଣାର ରଫାଦଫା ପାଇଁ କୁଆଡେ ଏ ଏସ ଆଇ ତାଙ୍କୁ ୧୫ ହଜାର ଟଙ୍କାଲାଞ୍ଚ ମାଗିଥିଲେ l ପୂର୍ବରୁ ୨୦୦୦ ଟଙ୍କା ଦେଇଥିବା ବେଳେ ଆଜି ୮୦୦୦ ଟଙ୍କା ଦେଉଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ l