ଏନ୍‌ଏଚରେ ବ୍ୟକ୍ତିଙ୍କୁ ଗୁଳି ମାରି ଦୁର୍ବୃତ୍ତ ଫେରାର

0
74

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୩୦/୦୭) : କେନ୍ଦ୍ରାପଡା ରେ ପୁଣି ଫୁଟିଲା ଗୁଳି । ମାର୍ଶାଘାଇ ଥାନା ୫୩ ନଂ ଜାତୀୟ ରାଜପଥ ମଙ୍ଗଳା ଛକ ନିକଟସ୍ଥ ବ୍ରିଜ ପାଖରେ ଗୁଳି ମାରି ଦୁଇ ଦୁର୍ବୁତ୍ତ ଫେରାର ।

ଗୁଳି ମାଡ଼ରେ ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ମହିରା ଗ୍ରାମର ଶକ୍ତି ଚନ୍ଦନ ମହାନ୍ତି । ଗୁଳି ପେଟରେ ବାଜିଥିବାରୁ ଗୁରୁତର ଭାବେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଶକ୍ତି ଜଣେ କଣ୍ଟ୍ରାକ୍ଟରଙ୍କ ପାଖରେ ସୁପରଭାଇଜର ଭାବେ କାମ କରୁଥିଲେ । କାମ ସାରି ଆଜି ସନ୍ଧ୍ୟା ୬ ଟାରେ ଫେରୁଥିବା ସମୟରେ ହଠାତ ଦୁଇ ଜଣ ଦୁର୍ବୁତ୍ତ ବାଇକ ଯୋଗେ ତାଙ୍କୁ ମଙ୍ଗଳା ଛକ ନିକଟସ୍ଥ ବ୍ରିଜ ପାଖରେ ଅଟକାଇ ସହ ଯୁକ୍ତି ତର୍କ କରିବା ସହ ତାଙ୍କ ବ୍ୟାଗ ଛାଡଇଥିଲେ । ବ୍ୟାଗରେ କିଛି ନଥିବାରୁ, ବ୍ୟାଗ ଫୋପାଡ଼ି ଶକ୍ତିଙ୍କ ପେଟକୁ ୧ ରାଉଣ୍ଡ ଫାଇରିଙ୍ଗ କରି ଦୁଇ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ତେବେ ପ୍ରଥମେ ଶକ୍ତିଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଦାଦା ବଟିକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।