1. Big News: ଲଘୁଚାପ ଜନିତ ବର୍ଷାରେ ଜଳ ବନ୍ଦୀ ସମସ୍ୟା ସାଙ୍ଗକୁ ବିଦ୍ୟୁତ ଓ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ

0
62
ଲଘୁଚାପ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୩/୦୮) : ସମ୍ପ୍ରତି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ଅତ୍ୟଧିକ ପ୍ରଭାବ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଜାରି ରହିଛି ।WhatsApp Image 2023 08 02 at 20.39.21 1. Big News: ଲଘୁଚାପ ଜନିତ ବର୍ଷାରେ ଜଳ ବନ୍ଦୀ ସମସ୍ୟା ସାଙ୍ଗକୁ ବିଦ୍ୟୁତ ଓ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ

ସେପଟେ ହୀରାକୁଦ ଜଳଭଣ୍ଡାର ର ଉପର ମୁଣ୍ଡରେ ମଧ୍ୟ ଲଘୁଚାପ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର କୁ ବନ୍ୟା ଜଳ ପ୍ରବେଶ କରୁଛି । ତେଣୁ ହୀରାକୁଦ ର ଆଉ ଆଠ ଟି ଗେଟ ଖୋଲି ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ରେ ଜଳ ନିଷ୍କାସନ ଦ୍ୱାରା ମହାନଦୀ ରେ ବନ୍ୟା ଜଳ ଆସି ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବୌଦ୍ଧ ଠାରେ ଜଳସ୍ତର ବିପଦ ସଂକେତ ୮୭.୮୦ ଥିବା ବେଳେ ଆଜି ୮୬.୭୦ ଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀ ଓ ଶାଖା ନଦୀ ଗୁଡିକ ଫୁଲିବାରେ ଲାଗିଛି । ହରଭଙ୍ଗା ଅଞ୍ଚଳ ରେ ମହାନଦୀ ଦୁଇ କୁଳ ଖାଇ ପ୍ରବାହିତ ହେଉଛି । ଜିଲ୍ଲାରେ ପ୍ରବାହିତ ତେଲ ନଦୀ, ଖଡଙ୍ଗ ନଦୀ, ବାଘ ନଦୀ ରେ ବନ୍ୟା ଜଳ ଆସି ହରଭଙ୍ଗାବ୍ଲକର ନଦୀ ଖଣ୍ଡି ଓ ତଳିଆ ଅଞ୍ଚଳରେ ଲଘୁଚାପ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଫଳରେ ହରଭଙ୍ଗା, ଧଳପୁର, ରାମଗଡ, କରଡ଼ି, ହାଟଗାଁ, କୃଷ୍ଣ ମହୋନ ପୁର,ପ୍ରଗଳପୁର ଝରସାଇ, କୁମାରୀ, ଅତଲସର, ମାରଡ଼ା, ଆଦି ପ୍ରାୟ ୩୧ ଟି ଗାଁ ର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ହରଭଙ୍ଗା ମହାନଦୀ କୁଳ ରେ ମାଟି ଖସି ଦୁଇଟି ଘାଇ ସୃଷ୍ଟି ହୋଇଛି, ବନ୍ୟା ଜଳ ରେ ହଜାର ହଜାର ଏକର ଚାଷ ଜମି ପ୍ରଭାବିତ ହୋଇଛି । ସେହିପରି ବନ୍ୟାଯୋଗୁଁ ଫୁଲବାଣୀ ଟିକରପଡା ପୂର୍ତ୍ତ ବିଭାଗ ର ଉଦଣ୍ଡିନାଳ ଉପରେ ଆଠ ଫୁଟ ଉଚରେ ପାଣି ପ୍ରଭାହିତ ଯୋଗୁଁ ମାରଡା ଗ୍ରାମଟି ଜଳ ବନ୍ଦୀ ହୋଇପଡିଛି।କରଡି ଓ ପାଣି ଘରା ଗାଁ ମଧ୍ୟ ଜଳବନ୍ଦୀ ହୋଇ ପଡିଛି । ଲଗାଣ ବର୍ଷା ଯୋଗୁଁ ଲାଂଡିବନ୍ଧ ଠାରେ ଥିବା ଗ୍ରୀଡ଼ ମଧ୍ୟ ପାଣି ଘେରରେ ଥିବା ଯୋଗୁଁ ଦୁଇ ଦିନ ହେବ ବିଦ୍ୟୁତ ସେବାରୁ ହରଭଙ୍ଗା ବ୍ଲକ ବାସୀ ବଞ୍ଚିତ ଅଛନ୍ତି।ବ୍ଲକ ରେ ପାନୀୟ ଜଳ ଯୋଗାଣ ମଧ୍ୟ ଦୁଇଦିନ ହେବ ସମ୍ପୂର୍ଣ ବନ୍ଦ ହୋଇଯାଇଛି ।

ଦିନ ମଜୁରିଆ ମାନେ ମଧ୍ୟ କୌଣସି କାମଧନ୍ଦା ନ କରି ଘରେ ବସି ରହିଛନ୍ତି । ଚାରିଛକ ସବ ଷ୍ଟେସନ ଭିତରେ ପାଣି, ବୌଦ୍ଧ ହରଭଙ୍ଗା ଜଗନ୍ନାଥ ସଡ଼କ ରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଯୋଗା ଯୋଗ ବିଛିନ୍ନ ହୋଇପଡିଛି।ଏଣୁ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡ଼ିତ ଲୋକ ମାନଙ୍କୁ ରିଲିଫ ଯୋଗାଇ ଦେବା ଶହ ଚାଷ କ୍ଷୟକ୍ଷତି ଆକଳନ କରିବା ପାଇଁ ସାଧାରଣ ରେ ଦାବି ହେଉଛି l