ଝରିଆଲ ଗ୍ରାମ ସ୍ଥିତ ଆରଆଇ ଙ୍କ କାର୍ଯ୍ୟାଳୟ ବନ୍ଦ : ଜିଲ୍ଲା ପ୍ରଶାସନ କର୍ମଚାରୀ କହି ଠକେଇ ଅଭିଯୋଗ

0
257

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୧/୦୯) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଝରିଆଲ ଗ୍ରାମ ସ୍ଥିତ ଆରଆଇ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ଝରିଆଲ ଗ୍ରାମ ସ୍ଥିତ ଆରଆଇ କାର୍ଯ୍ୟାଳୟ କୁ ଆରଆଇ ନିଜେ ନ ଆସି ପ୍ରାୟ ଦୁଇ ମାସ ରୁ ଉର୍ଦ୍ଧ୍ୱ ହେବ ଉକ୍ତ କାର୍ଯ୍ୟାଳୟ ର ଅନ୍ୟ କର୍ମଚାରୀ ମନଇଚ୍ଛା ଆସି ଚାଲିଯିବା ସହ କାର୍ଯ୍ୟାଳୟ ରେ ସର୍ବଦା ତାଲା ଝୁଲୁଥିବା ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି । ବିଭିନ୍ନ ପ୍ରମାଣ ପତ୍ର ପାଇଁ ଅନଲାଇନ ଯୋଗେ ଆବେଦନ କରି ଦିନ ଗଡି ଚାଲୁଥିବା ନେଇ ବିଭିନ୍ନ ଉଚ୍ଚ ଅଧିକାରୀ ଙ୍କୁ ଗ୍ରାମ କମିଟି ବୈଠକ କ୍ରମେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ସେହିପରି ସରକାରୀ ଭାବେ କୋଭିଡ ଜନିତ ମୃତକ ଙ୍କ ଘରକୁ ଯାଇ ଆର,ଆଇ ତଥା ଜିଲ୍ଲା ପ୍ରଶାସନ ତରଫରୁ ସବିଶେଷ ବିବରଣୀ ସଂଗ୍ରହ କରି ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବା ଓ କୋଭିଡ ସହାୟତା ପ୍ରଦାନ ନିୟମ ଥିବା ବେଳେ ଏହାର କାର୍ଯ୍ୟକାରୀ କରାଯାଉନି । ସୂଚନା ଅନୁଯାୟୀ, କୋଭିଡ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଏହି ଆର, ଆଇ ସର୍କଲ ର ଜନସାଧାରଣ ଲିଗାଲହିଅର,ସ୍ଥାୟୀ ବାସିନ୍ଦା,ଇନକମ ବା ରୋଜଗାର ପ୍ରମାଣ ପତ୍ର ଆଦି ନିମନ୍ତେ ଅନେକ ଆବେଦନ କର୍ତା ଆବେଦନ କରି ମାସ,ମାସ ଅପେକ୍ଷା କରି ହଟହଟା ହୋଇଆସୁଛନ୍ତି ।

ସେହିପରି ପଣ୍ଡ୍ରିପାଣି ଗ୍ରାମର √ଗୁଆଲୁ ନାଗ ନାମକ ଜଣେ ବ୍ୟକ୍ତି ଙ୍କ କୋଭିଡ ରେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରାୟ ଚାରିମାସ ହେଲା ଏକ ଲିଗାଲ ହିଆର ପ୍ରମାଣ ପତ୍ର ପାଇଁ ଆବେଦନ କରି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମିଳି ପାରି ନଥିବା ତାଙ୍କ ପୁଅ ଭୀଷ୍ମ ନାଗ ଅଭିଯୋଗ କରିଛନ୍ତି । ଏ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦୃଢ଼ ଦାବୀ ହେଉଛି ।

ସେହିପରି ପରି ଗତ ମାସ ୧୪ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ସରକାରୀ ଭାବେ ଆସିଛୁ ଓ ଆର, ଆଇ ତହସିଲଦାର ଙ୍କ ସହ ମିଶି ସର୍ଭେ କରିଆସୁଥିବା କହିଥିଲେ । ମୃତକ ଙ୍କ ପରିବାର କୁ ଦୁଇ ଲକ୍ଷ ଓ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦେବାକୁ କହି ଏକ କାରରେ ଯାଇ ଥିବା ଜଣେ ମହିଳା ଓ ଦୁଇ ଜଣ ବ୍ୟକ୍ତି ୧୬ ସହ ଟଙ୍କା ପାଣ୍ଡ୍ରିପାଣି ଗ୍ରାମର ଉକ୍ତ ମୃତ୍ୟୁ ବରଣ କରିଥିବା ଗୁଆଲୁ ନାଗ ଙ୍କ ସ୍ତ୍ରୀ ଠାରୁ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏହି ପରି ଏ ଅଞ୍ଚଳ ରେ ଜଣେ ମହିଳା ଓ ଦୁଇ ଜଣ ବ୍ୟକ୍ତି ଏକ କାରରେ ଘର,ଘର ଯାଇ ଠକେଇ କରିବା ଜଣାଯାଇଛି । ଏ ନେଇ ଆର, ଆଇ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରି ନ ଥିବା ବେଳେ ଆରଆଇ ଙ୍କ ସିଲ ମୋହର ଥିବା ଏକ ରସିଦ ଦିଆଯାଇଛି । ଏହିପରି ହଜାର, ହଜାର ଟଙ୍କା ଠକେଇ ଚାଲୁଥିବା ଜଣାଯାଇଛି ।

ଏହି ଠକେଇ ରେ ଉକ୍ତ ଝରିଆଲ ଗ୍ରାମ ଆରଆଇ ଙ୍କ ସମ୍ପୃକ୍ତି ରହିଛି ବୋଲି ତାଙ୍କ କାର୍ଯ୍ୟାଳୟ ରେ ସେ ନ ରହିବା ପରି ଗୁରୁତର ଅଭିଯୋଗ ହୋଇଛି । ଏହି ନେଇ ଜିଲ୍ଲାପାଳ ତଥା ଜିଲ୍ଲା ଆରକ୍ଷୀ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।