ପୁଣି ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର : ୧୫ ଦିନ ମଧ୍ୟରେ ୫୦ ଟଙ୍କା ଯାଏଁ ବୃଦ୍ଧି

0
177

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୨/୦୯) : ପୁଣି ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର । ଅଣ ସବ୍ସିଡି ଯୁକ୍ତ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ତର ଦାମ୍ ୨୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁଯାୟୀ ଏବେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଖାଉଟିଙ୍କୁ ୮୮୪.୫ ଟଙ୍କା ଦେବାକୁ ପଡିବ ।

ପୁଣି ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର | ଏହାପୂର୍ବରୁ ଅଗଷ୍ଟ ୧୮ରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୨୫.୫୦ ପଇସା ବୃଦ୍ଧି ପାଇଥିଲା । ଗତ ୧୫ ଦିନ ମଧ୍ୟରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି । ସେହିପରି ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୯ ଟଙ୍କା ଯାଏ ଦାମ୍ ବଢ଼ିଛି ।

ସୂଚନା ମୁତାବକ ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ କରନ୍ତି । ୨୦୨୧ ବର୍ଷ ଆରମ୍ଭରେ ଅର୍ଥାତ୍ ଜାନୁଆରୀ ମାସରେ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୬୯୪ ଟଙ୍କା ଥିଲା, ଏହା ବର୍ତ୍ତମାନ ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଗତ ୯ ମାସ ମଧ୍ୟରେ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ୧୯୦ ଟଙ୍କା ୫୦ ଯାଏଁ ବୃଦ୍ଧି କରାଯାଇଛି । ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ଟିକସ ରହିଛି , ଯେଉଁ କାରଣରୁ ଏହାର ମୂଲ୍ୟରେ ଅପ୍-ଡାଉନ୍ ହେଉଛି।

ବର୍ତ୍ତମାନ କେନ୍ଦ୍ର ସରକାର ଗ୍ରାହକଙ୍କୁ ଗୋଟିଏ ବର୍ଷରେ ୧୨ଟି ଘରୋଇ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି । ଯଦି ଜଣେ ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେଉଛନ୍ତି, ତେବେ ସେମାନଙ୍କୁ ବଜାର ମୂଲ୍ୟରେ କିଣିବାକୁ ପଡିବ ।