1. Best News : ଯୁକ୍ତ ୨ ପରୀକ୍ଷା ପାଇଁ ୬ ମାସ ପୂର୍ବରୁ ତାରିଖ ଘୋଷଣା

0
53
ଯୁକ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୧୮/୦୮) : ଯୁକ୍ତ ୨ ପରୀକ୍ଷା ପାଇଁ ୬ ମାସ ପୂର୍ବରୁ ତାରିଖ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସସି ।

ଫେବ୍ରୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ଭିତରେ ସରିବ ପରୀକ୍ଷା । ପ୍ରଥମ ଥର ଏକାଡେମିକ୍ କ୍ୟାଲେଣ୍ଡରେ ସୂଚନା ଦେଲା କାଉନସିଲ୍ । ତେବେ ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମଫିଲପ୍, ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ଏବଂ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ରେଜଲ୍ଟ । ନିର୍ବାଚନୀ ବର୍ଷ ହୋଇଥିବାରୁ ତତ୍ପର ପ୍ରସ୍ତୁତି କରୁଛି କାଉନସିଲ୍ ।

ଏପଟେ ଏଥର ଫିଜିକ୍ସ ଓ କେମେଷ୍ଟ୍ରି ପ୍ରାକ୍ଟିକାଲ ପରୀକ୍ଷାରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ମାଟ୍ରିକ ବୋର୍ଡ ପରୀକ୍ଷା ପାଇଁ ମଧ୍ୟ ୭ ମାସ ପୂର୍ବରୁ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଆଗୁଆ ପରୀକ୍ଷା ଘୋଷଣା ପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି ।

ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭଲ ଭାବେ ଚାଲିଛି, ପ୍ରତିଦିନ କ୍ଲାସ ରହୁଛି, ଏହି ବର୍ଷ କ୍ଲାସ ଆରମ୍ଭରୁ ହିଁ ପିଲାମାନଙ୍କ ପରୀକ୍ଷା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କହିଛନ୍ତି ରମାଦେବୀ ହାଇୟର ସେକେଣ୍ଡାରୀ ସ୍କୁଲର ଅଧକ୍ଷ୍ୟା ଡ. ଉର୍ମିଳା ଦାସ । ଏଥର ସମ୍ପୂର୍ଣ୍ଣ ସିଲାବସରେ ପରୀକ୍ଷା ହେଉଛି । ତେଣୁ ଇଣ୍ଟରନାଲ ଟେଷ୍ଟରୁ ୨୦ ପ୍ରତିଶତ ଏବଂ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତକୁ ନେଇ ରେଜଲ୍ଟ ପ୍ରକାଶ ପାଇବ ।