1. Best News : ନୂଆଁଖାଇ ପାଇଁ ଆଜି ବାହାରିଛି ନବାନ୍ନ ଲଗ୍ନ

0
53
ନୂଆଁଖାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୦/୦୮) : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ନୂଆଁଖାଇ ପାଇଁ ଆଜି ବାହାରିଛି ନବାନ୍ନ ଲଗ୍ନ । ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଲାଗିବ ନବାନ୍ନ ।

ସକାଳ ୧୦ ଟା.୨୮ ରୁ ୧୦.୪୫ ମଧ୍ୟରେ ଇଷ୍ଟ ଦେବୀଙ୍କ ଠାରେ ନୂଆଲାଗି ହେବାର ବିଧି ରହିଥିଲା । ଏନେଇ ପାଟଣା ଷ୍ଟେଟ ହାଉସ୍ ହୋଲଡ଼ ଅଫିସ ପକ୍ଷରୁ ସ୍ଥିର ହୋଇଛି ନୂଆଁ ଖାଇ ଲଗ୍ନ । ପ୍ରଥମେ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗିବା ପରେ ପଶ୍ଚିମ ଓଡିଶାର ସମସ୍ତ ଲୋକେ ନୂଆଁ ଖାଇବେ। ଧନୀ ଠାରୁ ଗରୀବ ସମସ୍ତେ ଛ ତୁନ୍ ୯ ଭଜା ରୋଷେଇ କରି ନବାନ୍ନ ଖାଇବେ ।