1. Best News : ଗଜପତି : ତିରୁପତି ଙ୍କୁ କଳିଙ୍ଗ ଗୌରବ ସମ୍ମାନ

0
63
ଗଜପତି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୮) : ଗଜପତି ଜିଲ୍ଲା ର ଯୋଗ୍ୟ ସନ୍ତାନ ହୋଇ କଳିଙ୍ଗ ଗୌରବ ୨୦୨୩ ସମ୍ନାନ ଚଳିତ ବର୍ଷ ପାଇଥିବାରୁ ଗଜପତି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।

ଚଳିତ ବର୍ଷ ଓଡିଶା ର ବିଶିଷ୍ଟ ଟିଭି ଚାନେଲ mbctv ତରଫରୁ ଆୟୋଜିତ ଏକ କାନକଲେଁଭ ରେ ଗଜପତି ର ଜଣେ ଯୋଗ୍ୟ ସନ୍ତାନ ତଥା ହାଇଟେକ ଗ୍ରୁପ ଅଫ ସଂସ୍ଥା ର ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ ଙ୍କୁ କଳିଙ୍ଗ ଗୌରବ ‘ ସମ୍ମାନ ମିଳିଛି । ଗତ କାଲି mbc tv ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଛତିଶଗଡ଼ ରାଜ୍ୟପାଳ ମାନ୍ୟବର ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ଦ୍ୱାରା ପାଇଛନ୍ତି ।

ଶିକ୍ଷା କ୍ଷେତ୍ର ରେ ତାଙ୍କ ଅବଦାନ ପାଇଁ ଏହି ସମ୍ମାନ ମିଳିଛି । ଏହି ଗୌରବ ପାଇବା ପାରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି କି ଶିକ୍ଷା ସମସ୍ତଙ୍କ ଅଧିକାର ଏଠି ଜାତି, ଧର୍ମ, ଧନୀ ଗରିବ ସମସ୍ତ ଙ୍କ ଅଧିକାର ଅଟେ, ଏଣୁ ସମସ୍ତ ଙ୍କୁ ଶିକ୍ଷା ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ମୋର ଲକ୍ଷ୍ୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ବ୍ଲିକ ଅଧ୍ୟାକ୍ଷା ଶ୍ରୀମତୀ ଵାଲା ସାୟାମ୍ମା, ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ. ସୁଧାରାଣୀ, ଉପାଧ୍ୟକ୍ଷ ରାଗୁରାମ ସାହୁ, ବ୍ଲକ ବିଜେଡି ସଭାପତି ଅଖିଳ ପାତ୍ର, ସରପଞ୍ଚ ସଞ୍ଜୟ ମିଶ୍ର, ଯୁବ ନେତା ପ୍ରବୀଣ କୁମାର ସମାଜସେବୀ ତଥା ଶିକ୍ଷାବିତ ଜଗଦୀଶ ପାତ୍ର ଶ୍ରୀ ପାଣିଗ୍ରାହୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।